fbpx
BJD SKY
BJD SKY

ମମିତା ହତ୍ୟା କେସରେ ନୂଆ ଟ୍ୱିଷ୍ଟ୍: ଜବତ ବ୍ୟାଗ୍ ମମିତାଙ୍କର ନୁହେଁ!

BJD

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ଘଟଣାରେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ(ରାଧେ)କୁ ମଧ୍ୟ ପୋଲିସ ଗିରଫ କରିଛି । ମାମଲାର ଯାଞ୍ଚ ଚାଲିଥିବା ବେଳେ ରାଧେର ସ୍ତ୍ରୀ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇଥିଲେ । ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ୍ ପ୍ରସଙ୍ଗକୁ ନେଇ ଏବେ ଆସିଛି ବଡ଼ ତଥ୍ୟ । ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ ମମିତାଙ୍କୁ ନୁହେଁ ବୋଲି ପୋଲିସ କହିଛି ।

ତେବେ ରାଧେର ସ୍ତ୍ରୀ ପୋଲିସକୁ ଦେଇଥିବା ବ୍ୟଗେ୍ ମମିତାଙ୍କ ବୋଲି ସନ୍ଦେହ ହୋଇଥିଲା । ଏନେଇ ବ୍ୟାଗକୁ ମମିତାଙ୍କ ପରିବାର ଲୋକଙ୍କୁ ଦେଖାଇଥିଲା ପୋଲିସ । ସେହି ବ୍ୟାଗ୍ ମମିତାଙ୍କର ନୁହେଁ ବୋଲି କହିଥିଲେ ପରିବାର ଲୋକେ । ସେଥିରେ ଏକ ନୂଆ ଡ୍ରେସ୍ ରହିଥିବା ସୂଚନା ମିଳିଛି । ମମିତାଙ୍କ ମୋବାଇଲ ପ୍ରସଙ୍ଗରେ ପରିବାର ଲୋକ କିଛି କହିନାହାନ୍ତି । ମମିତାଙ୍କ ମୃତଦେହ ନିକଟରୁ ମିଳିଥିବା ଚେନ୍, ପାଉଁଜି ସେମାନଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକ ଚିହ୍ନଟ କରିବା ପରେ ହସ୍ତାନ୍ତର କରିଛି ପୋଲିସ ।

Get real time updates directly on you device, subscribe now.