fbpx

ପାକିସ୍ତାନକୁ ଅଡ଼ୁଆରେ ପକାଇବେ ଏହି ଦୁଇ ଖେଳାଳି; ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ରବିବାର ଆୟୋଜିତ ହେବାକୁ ଯାଉଥିବା ୨୦୨୧ ଟି ୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ନିଜର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବାକୁ ଯାଉଛି ଭାରତ । ମ୍ୟାଚ ର ଗୋଟିଏ ଦିନ ପୂର୍ବରୁ ଦୁଇ ଭାରତୀୟ ଖେଳାଳିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପେସ ବୋଲର ଜସପ୍ରୀତ ବୁମରା ପାକିସ୍ତାନ ପାଇଁ କଣ୍ଟା ସାଜିବେ ବୋଲି କହିଛନ୍ତି ୟୁନିସ ଖାନ୍ ।

ଭାରତର କ୍ୟାପଟେନ ବିରାଟ କୋହଲି ଏବଂ ପାକିସ୍ତାନର ଅଧିନାୟକ ବାବର ଆଜମ ରବିବାର ପ୍ରଥମ ଥର ଆମ୍ନାସାମ୍ନି ହେବେ । ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ରେକର୍ଡ ବଜାୟ ରଖିବାକୁ ଚେଷ୍ଟା କଲାବେଳେ ପାକିସ୍ତାନ ମଧ୍ୟ ଭାରତକୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ । ଭାରତ ପକ୍ଷରୁ ଓପନର ଭାବରେ ଖେଳୁଥବା ରୋହିତ ଶର୍ମା ଏବଂ ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ ମ୍ୟାଚ ଜିତାଇ ପାରନ୍ତି । ଭାରତ ପାଇଁ ବିରାଟ କୋହଲି ଏବଂ ପାକିସ୍ତାନ ପାଇଁ ବାବର ଆଜମ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ  । ଉଭୟ ଦଳର ବୋଲିଂ ଆକ୍ରମଣ ସମାନ ଭାବରେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ବୁମରାଙ୍କ ପାଇଁ ଭାରତ ଫାଇଦାରେ ରହିବ ବୋଲି ୟୁନିସ ଅନୁମାନ ଲଗାଇଛନ୍ତି ।

Get real time updates directly on you device, subscribe now.