fbpx

ଏତିକି ବର୍ଷ ପରେ ପୃଥିବୀରୁ ଶେଷ ହୋଇଯିବ ଅମ୍ଳଜାନ; ସତର୍କ କରାଇଲେ ବୈଜ୍ଞାନିକ

ନୂଆଦିଲ୍ଳୀ: ପୃଥିବୀ ଏମିତି ଏକ ଗ୍ରହ ଯାହା ନିଜର ସ୍ୱତନ୍ତ୍ର ଜୀବନଶୈଳୀ ପାଇଁ ପ୍ରସିଦ୍ଧ । ମହାକାଶରେ ଅବସ୍ଥିତ ଲକ୍ଷ ଲକ୍ଷ ଗ୍ରହ ମଧ୍ୟରୁ କେବଳ ପୃଥିବୀରେ ଜୀବନସତ୍ତା ଉପଲବ୍ଧ । ପୃଥିବୀ ପୃଷ୍ଠରେ ଥିବା ଅମ୍ଲଜାନ କାରଣରୁ ଜୀବନସତ୍ତା ସମ୍ଭବ ହୋଇଥିବା ବେଳେ ଏହା ମଧ୍ୟରେ ସତର୍କ କରାଇଛନ୍ତି ବୈଜ୍ଞାନିକ । ପୃଥିବୀ ପୃଷ୍ଠରେ ଅମ୍ଲଜାନ ସ୍ତର ହ୍ରାସ ପାଉଥିବା ବେଳେ ଧୀରେ ଧୀରେ ଏହା ଶେଷ ହୋଇଯିବ ବୋଲି ବୈଜ୍ଞାନିକ ମାନେ ସତର୍କ କରାଇଛନ୍ତି । ପୂର୍ବରୁ ପୃଥିବୀରେ ମଧ୍ୟ ଅମ୍ଲଜାନ ନଥିଲା । ପୃଥିବୀ ପୃଷ୍ଠରେ ଅନ୍ୟ ଗ୍ରହ ପରି ମିଥେନରେ ଭର୍ତ୍ତି ରହିଥିଲା । ମାତ୍ର ୨୩୦୦ କୋଟି ବର୍ଷ ପୂର୍ବରୁ ଅକ୍ସିଡେସନ ପ୍ରକ୍ରିୟା କାରଣରୁ ପୃଥିବୀରେ ଅମ୍ଲଜାନ ସୃଷ୍ଟି ହୋଇଥିଲା ।

ତେବେ ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଅମ୍ଲଜାନର ସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏପରି ସ୍ଥିତି ଜାରି ରହିଲେ ପୁନର୍ବାର ପୃଥିବୀରୁ ଅମ୍ଲଜାନ ଶେଷ ହୋଇଯିବ । ଭୂପୃଷ୍ଠ ପୁନର୍ବାର ମିଥେନରେ ଭର୍ତ୍ତି ହୋଇଯିବ । ପୃଥିବୀରୁ ଲୋପ ପାଇଯିବ ଜୀବନସତ୍ତା । ତେବେ ଏହି ପ୍ରକ୍ରିୟାଟି ଅତ୍ୟନ୍ତ ଧୀରେ ହେଉଥିବାରୁ ପୃଥିବୀ ପୃଷ୍ଠରୁ ଅମ୍ଳଜାନ ଶେଷ ହେବା ପାଇଁ ଢେର ସମୟ ଆବଶ୍ୟକ । ବର୍ତ୍ତମାନ ସମୟର ପ୍ରଦୂଷଣ କାରଣରୁ ଏହି ପ୍ରକ୍ରିୟା ସାମାନ୍ୟ ତ୍ୱରିତ ହୋଇଥିଲେ ହେଁ ଭୂପୃଷ୍ଠରୁ ଅମ୍ଲଜାନ ଶେଷ ହେବା ପାଇଁ କୋଟି କୋଟି ବର୍ଷ ଲାଗିଯିବ । କୋଟି କୋଟି ବର୍ଷ ତଳେ ଅମ୍ଲଜାନ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଶେଷ ହେବା ପାଇଁ ସମାନ ସମୟ ମଧ୍ୟ ଆବଶ୍ୟକ ପଡିବ । ନେଚର ଜିଓ ସାଇନ୍ସ ପକ୍ଷରୁ ପ୍ରକାଶିତ କରାଯାଇଥିବା ତଥ୍ୟ ଅନୁଯାୟୀ ଅକ୍ସିଜେନ ସ୍ତର କମି ଆର୍କାଏଆନ ସମୟରେ ପହଞ୍ଚିବ । ପ୍ରଥମେ ଭୂପୃଷ୍ଠରୁ ଜଳ ରାଶି ସମାପ୍ତ ହେବା ପରେ ଅମ୍ଳଜାନ ମଧ୍ୟ ଶେଷ ହୋଇଯିବ ବୋଲି ଅନୁମାନ ଲଗାଇଛନ୍ତି ବୈଜ୍ଞାନିକ ।

Get real time updates directly on you device, subscribe now.