fbpx

ଜିଲ୍ଲାପାଳଙ୍କୁ ଭେଟିଲେ ମମିତାଙ୍କ ପରିବାର

ମହାଲିଙ୍ଗ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଶନିବାର ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଛନ୍ତି ମମିତାଙ୍କ ବାପା, ମାଆ । ଜିଲ୍ଳାପାଳଙ୍କୁ ଭେଟି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିବା ପରେ ମନୋହରପୁର ରିଜର୍ଭରେ ଉତ୍ତରାଞ୍ଚଳ ଡିଆଇଜି, ଏସପିଙ୍କ ସହ ଆଲୋଚନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ଘଟଣାରେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ(ରାଧେ)କୁ ମଧ୍ୟ ପୋଲିସ ଗିରଫ କରିଛି । ସେପଟେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀ ଏହି ଘଟଣାରେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଦର୍ଶାଇ ଇସ୍ତଫା ଦାବି କରିଛନ୍ତି ।

Get real time updates directly on you device, subscribe now.