fbpx

ମଇଦାନରେ ଦେଖିବାକୁ ମିଳିବ ଫାଷ୍ଟ ବୋଲରଙ୍କ ଜଲୱା, ଏହି ସିରିଜରେ ଭାରତୀୟ ଟିମରେ ସାମିଲ ହେବେ ମୋହମ୍ମଦ ଶାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ପାଇଁ ଖୁସି ଖବର । ୨୦୨୩ ବିଶ୍ୱକପ ପରେ ଆଘାତ ଲାଗିବା କାରଣରୁ ଟିମରୁ ବାହାରେ ଥିବା ମୋହମ୍ମଦ ଶାମି ଦୀର୍ଘ ଦିନ ପରେ ଟିମକୁ ଫେରିଛନ୍ତି । ବର୍ତ୍ତମାନ ଶାମି ନ୍ୟାସନାଲ କ୍ରିକେଟ ଏକାଡେମୀରେ ଅଛନ୍ତି ଏବଂ ସେଠାରେ ନେଟ୍ସ ବୋଲିଂ ଅଭ୍ୟାସ ଜାରି ରଖିଛନ୍ତି । ଏନେଇ ଶାମି ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ।

୨୦୨୩ ଦିନିକିଆ ବିଶ୍ୱକପ୍ ସମୟରେ ଷ୍ଟାର ଫାଷ୍ଟ ବୋଲର ମୋହମ୍ମଦ ଶାମିଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଫଳରେ ସେ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିପାରିନଥିଲେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା । ଏଥିପାଇଁ ସେ ୨୦୨୪ ଆଇପିଏଲ୍ ଏବଂ ଟି- ୨୦ ବିଶ୍ୱକପ୍ ମିସ୍ କରିଥିଲେ । ବର୍ତ୍ତମାନ ତାଙ୍କର ଟିମକୁ ଫେରିବାର ନେଇ ଚର୍ଚ୍ଚା ହେଉଛି । ବିସିସିଆଇ ସଚିବ ଜୟ ଶାହଙ୍କ କହିବାନୁଯାୟୀ ସେପ୍ଟେମ୍ବରରେ ହେବାକୁ ଥିବା ବାଲାଂଦେଶ ବିପକ୍ଷରେ ଟେଷ୍ଟ ସିରିଜରେ ଶାମି ଭାରତୀୟ ଦଳରେ ସାମିଲ ହୋଇପାରନ୍ତି । ଏହା ସହ ଭାରତୀୟ ଟିମର ଖେଳାଳି ଘରୋଇ କ୍ରିକେଟ ପାଇଁ ନିଜକୁ ଉପଲବ୍ଧ ରଖିବା ନେଇ ସ୍ପଷ୍ଟ କରିଛନ୍ତି । ତେବେ ମୋହମ୍ମଦ ଶାମିଙ୍କ ପାଇଁ ଘରୋଇ କ୍ରିକେଟ ଖେଳିବା ଏକ ଉତ୍ତମ ବିକଳ୍ପ ହେବ । ଏହା ଦ୍ୱାରା ତାଙ୍କୁ ମ୍ୟାଚ୍ ଫିଟନେସ୍ ହାସଲ କରିବା ସହଜ ହେବ ।

 

Get real time updates directly on you device, subscribe now.