fbpx
BJD SKY
BJD SKY

ସ୍ଲୋ ଚାଲୁଥିବା ଅପେକ୍ଷା ସ୍ପିଡ୍ ଚାଲୁଥିବା ଲୋକେ ଅଧିକ ବଞ୍ଚନ୍ତି: ଷ୍ଟଡୀରୁ ଖୁଲାସା

BJD

ଚାଲିବା ଓ ଦୌଡ଼ିବା ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ତ ଆପଣମାନେ ଶୁଣିଥିବେ । ଅନେକ ଲୋକ ସକାଳେ ଓ ସନ୍ଧ୍ୟାରେ ପାର୍କ, ଜିମ୍ କିନ୍ତା ରାସ୍ତାରେ ବୁଲନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବି ଏପରି କରିବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଖୁଲାସା ହୋଇଛି କି, ଯେଉଁ ଲୋକମାନେ ଦ୍ରୁତ ଗତିରେ ଚାଲିଥାନ୍ତି, ସେମାନଙ୍କଠାରେ ବେଶି ଦିନ ବଞ୍ଚିବାର ସମ୍ଭାବନା ମଧ୍ୟ ଅଧିକ ଥାଏ ।

ବ୍ରିଟେନର ଲିସେଷ୍ଟର ୟୁନିଭରସିଟିର ଡାଇବେଟିସ୍ ରିସର୍ଚ୍ଚ ସେଣ୍ଟରର ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନ କରିଛନ୍ତି । ସେମାନଙ୍କର ଅନୁସନ୍ଧାନରେ କୁହାଯାଇଛି ଯେ, କାମ କରୁଥିବା ବେଳେ ଯେଉଁ ଲୋକମାନେ ଦ୍ରୁତ ଗତିରେ ଚାଲନ୍ତି, ସେମାନଙ୍କର ଅଧିକ ଦିନ ବଞ୍ଚିବାର ସମ୍ଭାବନା ବଢ଼ିଯାଏ । ସେମାନେ ଯେତେ ଶୀଘ୍ର ଚାଲିବେ, ସେତେ ଦିନ ବଞ୍ଚିବେ ।

ଏହି ଅନୁସନ୍ଧାନରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ ଦ୍ରୁତ ଗତିରେ ଚାଲିଥାନ୍ତି, ସେମାନଙ୍କ କ୍ରୋମୋଜୋମର ଶେଷ ଲମ୍ବା ହୋଇଥାଏ । ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ଏହି ଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ କୋଷଗୁଡ଼ିକ ବିଭାଜିତ ହୁଏ, ଏହି ଶେଷ ବିଭାଗଗୁଡ଼ିକ କ୍ରୋମୋଜୋମକୁ ସୁରକ୍ଷା ଦେଇଥାଏ । ଏହା ଜୋତାର ଶେଷ ଭାଗରେ ଥିବା ଏକ ପ୍ଲାଷ୍ଟିକ୍ ଆବରଣ ପରି, ଯାହା ତାକୁ ଖୋଲି ଭାଙ୍ଗିବାରୁ ରକ୍ଷା କରିଥାଏ ।

Get real time updates directly on you device, subscribe now.