fbpx

ଅଟୋକୁ କାରରେ ଧକ୍କା ଦେଲେ, ରାଜରାସ୍ତାରେ ଉତ୍ପାତ କଲେ ମଦ୍ୟପ ହାବିଲଦାର।, ଅଭିଯୋଗ ଶୁଣିଲାନି ପୋଲିସ

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍‌) : ଦେବୀକନ୍ଦଳ ଦ୍ୱୀପାଞ୍ଚଳ କସର୍ଦ୍ଦା ପଞ୍ଚାୟତ ବୋତାଖାଲ ଛକରେ ଗତକାଲି ସଂଧ୍ୟା ୮.୩୦ମି. ସମୟରେ ପହଲି ମହାନ୍ତି ହାବିଲଦାର। ଘର- ଡଗରା ମେଳକ ଅତ୍ୟନ୍ତ ମଦ୍ୟପାନ କରି ଗାଡି ନମ୍ବର (ଓଡି-୧୯- ଜେ-୪୩୭୮) ଗାଡିଟିକୁ ଦ୍ରୁତ ଗତିରେ ଚଲାଇ ଏକ ଯାତ୍ରୀବାହୀ ଅଟୋ (ଓଡି-୦୫- ଏସ୍‌-୪୯୪୮)କୁ ସାମନା ସାମନି ଧକ୍କାଦେଇଥିଲେ।  ଫଳରେ ଦୁର୍ଘଟଣାରେ ଏହି ଅଟୋରେ ବସି ଥିବା ଦୁଇଜଣ ମହିଳା ଗୁରୁତର ଆହତ ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ମାଧ୍ୟମରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ୱାଗନର ଗାଡିର ଚକା ହୁଗୁଳି ପଡିଥିଲା । ଅଟୋଟିର ମଧ୍ୟ ବହୁ କ୍ଷୟକ୍ଷତି ହୋଇଛି । ଘଟଣା ଘଟିଥିବା ଯାଗାରୁ କସର୍ଦା ଫାଣ୍ଡି ମାତ୍ର ୧୦୦ ମିଟର ଦୂରତାରେ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଫାଣ୍ଡି ଅଧିକାରୀ ସୁନିଲ କୁମାର ପତିଙ୍କୁ ଫୋନ କରି ଜଣାଇଥିଲେ ମଧ୍ୟ ସେ ଘଟଣାସ୍ଥଳକୁ ଆସି ନଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧି ଫୋନ୍‌ କରିଥିଲେ ମଧ୍ୟ ତାଙ୍କ କଥାକୁ ଫଣ୍ଡି ଅଧିକାରୀ କର୍ଣ୍ଣାତ କରି ନଥିଲେ । ଏ ନେଇ ନିଆଳୀ ଥାନା ଆଇ.ଆଇ.ସି ବିଜୟ ମଲ୍ଲିକଙ୍କୁ ସ୍ଥାନୀୟ ଲୋକେ ଫୋନ୍‌ କରିବାରୁ ସେ ହାବିଲଦାର ଗାଡି ଧକ୍କା କରିବା କଥା ଶୁଣି ଫୋନ୍‌ କରୁଛି କହି ଚୁପ୍ ରହିଲେ । ଘଟଣା ସ୍ଥଳକୁ ୧୧୨ ଗାଡି ଯାଇମଧ୍ୟ ଚୁପ୍‌ ଚାପ୍‌ ଫେରି ଆସିଥିଲା । ଏହି ଘଟଣା ପୋଲିସ୍‌ର ଭୂମିକା ସନ୍ଦେହ ଘେରକୁ ଆସିଥିଲା ।

ଘଟଣାସ୍ଥଳରେ ରାତି ୧୨ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିବାବେଳେ ହାବିଲଦାର ପହଲି ଅସଭ୍ୟ ଭାଷାରେ ସାଧାରଣ ଲୋକ ଓ ପୋଲିସ୍‌କୁ ଖୁଲମଖୋଲା ଗାଳିଗୁଲଜ କରୁଥିଲା । ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକଟିକୁ ସାମାନ୍ୟ ଘଟଣାରେ ପୋଲିସ୍‌ ହଇରାଣ କରୁଥିଲା ବେଳେ ଏଠାରେ ପୋଲିସ୍‌ କର୍ମଚାରୀ ହୋଇଥିବାରୁ ପୋଲିସ୍‌ ଚୁ୍ପ୍ ରହିଲା । ଯାହାକୁ ନେଇ ନିଆଳୀ ଅଞ୍ଚଳରେ ମଦୁଆ ପୋଲିସ୍‌ କୁ ଲାଞ୍ଚୁଆ ପୋଲିସ୍‌ ସୁରକ୍ଷା ଦେଉଛି ବୋଲି ଆଲୋଚନା ହେଉଛି ।

ସୂଚନାଥାଉ କି, ଏହି ପୋଲିସ୍‌ କର୍ମଚାରୀ ବିରୁଦ୍ଧରେ କସର୍ଦା ଫାଣ୍ଡି ଥିବା ସମୟରେ ତାଙ୍କ ନାମରେ ମଦ୍ୟପାନ କରି ସାଧାରଣ ଲୋକଙ୍କୁ ଗୋଡେଇ ଗୋଡେଇ ପିଟିବା ଓ ସରକାରୀ ବନ୍ଧୁକ ଦେଖାଇ ଭୟଭୀତ କରିବା ଭଳି ଗୁରୁତର ଅଭିଯୋଗ ହେବାରୁ ତାଙ୍କୁ କସର୍ଦା ଫାଣ୍ଡିରୁ ବଦଳି କରାଯାଇଥିଲା । ଏହି ଘଟଣାର ବିଦ୍ଧିବଦ୍ଧ ତଦନ୍ତ କରି ଗ୍ରାମାଞ୍ଚଳ ଏସପି ହାବିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

Get real time updates directly on you device, subscribe now.