fbpx
BJD SKY
BJD SKY

ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ

BJD

ପାଟଣାଗଡ,୨୬ ।୧୧(ଓଡିଶା ଭାସ୍କର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅଧିନସ୍ଥ ତମିଆଁ ଗ୍ରାମର ଔଷଧ ପ୍ରଧାନଙ୍କୁ ଜଣେ ଦୁର୍ବୁତ୍ତ ଆକ୍ରମଣ କରିଛି । ସୂଚନାଯୋଗ୍ୟ ଯେ, ସେ ଡାକ ବିଭାଗରେ ପୋଷ୍ଟମାଷ୍ଟର ଭାବରେ ଭରତବାହଳ ଗ୍ରାମରେ କାମ କରନ୍ତି। ତେବେ ଆଜି ସକାଳେ ତମିଆଁ ଗାଁର ଜଗନ୍ନାଥ ମନ୍ଦିର ସାମ୍ନାରେ ଜଣେ ଦୁର୍ବୁତ୍ତ ପୋଷ୍ଟମାଷ୍ଟର ଶ୍ରୀ ପ୍ରଧାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଟଣାଗଡ ହସ୍ପିଟାଲକୁ ଅଣାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି । ତେବେ ପୂର୍ବ ଶତୃତା କାରଣରୁ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି ।

Get real time updates directly on you device, subscribe now.