fbpx

ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ୍

କଟକ, ୨୬ ।୧୧(ଓଡିଶା ଭାସ୍କର) : କଟକ ବାଦାମବାଡିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡ ନିକଟରେ ଛିଡା ହୋଇଥିବା ଯାତ୍ରୀବାହୀ ବସରେ ଲାଗିଯାଇଛି ନିଆଁ । ବସ୍ ଭିତରେ କୌଣସି ଯାତ୍ରୀ ନଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବସରେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Get real time updates directly on you device, subscribe now.