ଅର୍ଥିକ ସଙ୍କଟ ମଧ୍ୟରେ ମିଳିଲା ଆଶ୍ବସ୍ତି, ଏଫଏଟିଏଫର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନ

ନୁଆଦିଲ୍ଲୀ: ପାକିସ୍ତାନକୁ ମିଳିଲା ଖୁସି ଖବର । ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଥିବା ବେଳେ ଶୁକ୍ରବାର ପାକିସ୍ତାନକୁ ଗ୍ରେ ତାଲିକାରୁ ହଟାଇ ଦିଆଯାଇଛି ।  ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ଗ୍ରେ ତାଲିକାରୁ ହଟାଇ ଦିଆଯାଇଛି । ବର୍ଲିନ (ଜର୍ମାନୀ) ରେ ଚାଲିଥିବା ବୈଠକରେ ପାକିସ୍ତାନକୁ ଗ୍ରେ ତାଲିକାରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହା ସମ୍ବନ୍ଧୀୟ ସୂଚନା ବର୍ତ୍ତମାନ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ୱେବସାଇଟରେ ଅପଡେଟ୍‌ ହେବ । ଏହା ସହ ଅକ୍ଟୋବରରେ ହେବାକୁ ଥିବା ବୈଠକରେ ପାକିସ୍ତାନକୁ ଗ୍ରେ ତାଲିକାରୁ ହଟାଯାଇଥିବା ନେଇ ଅଧିକାରୀକ ଘୋଷଣା କରାଯିବ ।ମାର୍ଚ୍ଚ ମାସରେ ପ୍ୟାରିସରେ ଥିବା ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ୍‌ (ଏଫଏଟିଏଫ୍‌) ପାକିସ୍ତାନକୁ ପୁଣିଥରେ ଗ୍ରେ ତାଲିକାରେ ରଖିଥିଲା ।