fbpx

ପ୍ରଥମ ଥର ପାଇଁ କାର ରେସିଂର ମଜା ନେଉଥିଲେ ବାପ-ପୁଅ: ଦଇବ ସହିଲାନି, ଚାଲିଗଲା ଦୁହିଁଙ୍କର ଜୀବନ, ଦେଖନ୍ତୁ Video

ନୂଆଦିଲ୍ଲୀ: ବାପ-ପୁଅଙ୍କ ସମ୍ପର୍କର ସେତୁ କେତେ ଯେ ଗମ୍ଭୀର ତାହା ଗୋଟିଏ ବାପ ଓ ଗୋଟିଏ ପୁଅ ହିଁ ଭଲ ଭାବରେ ଅଙ୍ଗେ ନିଭେଇ ପାରିବେ । ତେବେ ଯଦି ବାପ ଓ ପୁଅ ଏକସଙ୍ଗେ ମୃତ୍ୟୁବରଣ କରନ୍ତି, ତେବେ ଏହାଠାରୁ ବଳି ଦୁଃଖ ଆଉ କ’ଣ ହୋଇପାରେ । ଏଭଳି ଏକ ଦୁଘଟଣା ଆଇଜଲ ଅଫ୍ ମ୍ୟାନ ଟିଟି ରେସ ଅବସରରେ ଘଟିଛି । ଏକ ସାଇଡ୍ କାର ରେସିଂରେ ୫୬ ବର୍ଷୀୟ ରୋଜ ଷ୍ଟାକଟନ ଓ ତାଙ୍କର ପୁତ୍ର ବ୍ରେଡଲି ପ୍ରାଣ ହରାଇଛନ୍ତି ।

ତେବେ ଜଣାପଡ଼ିଛି ଯେ, ଆଇଜଲ ଅଫ୍ ମ୍ୟାନ ଟିଟି ରେସ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସାଇଡ କାର ରେସିଂରେ ୩ ଚକିଆ ବାଇକର ବ୍ୟବହାର କରାଯାଇଥିଲା । ଯାନର ବେଗ ଘଣ୍ଟା ପ୍ରତି ୨୬୦ କିମି ରହିଥିଲା । ରୋଜର ଜଣେ ଅଭିଜ୍ଞ ରେସର ହୋଇଥିବା ବେଳେ ତାଙ୍କର ପୁତ୍ର ପ୍ରଥମ ଥର ପାଇଁ ତାଙ୍କ ସହ ରେସିଂରେ ଭାଗ ନେଇଥିଲେ । ଉଭୟେ ଇଂଲଣ୍ଡର କ୍ରେୱେ ସହରର ବାସିନ୍ଦା ଥିଲେ ।

ତେବେ ପିତା-ପୁତ୍ରଙ୍କ ଅକାଳ ମୃତ୍ୟୁକୁ ନେଇ ଆଇଜଲ ଅଫ୍ ମ୍ୟାନ ଟିଟି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଏହା ରୋଜରଙ୍କର ୨୦ତମ ରେସ ଥିବାବେଳେ ସେ ୨୦୦୦ରୁ ୨୦୦୮ ମଧ୍ୟରେ ଲଗାତର ଇଭେଣ୍ଟରେ ଭାଗ ନେଇ ଆସୁଥିଲେ । ଏହାପରେ ସେ ୨୦୧୦, ୨୦୧୭ ଇଭେଣ୍ଟରେ ମଧ୍ୟ ସାମିଲ ହୋଇଥିଲେ । ତେବେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.