fbpx
BJD SKY
BJD SKY

ପୋଖରୀରେ ବୁଡ଼ି ବାପ-ପୁଅ ମୃତ

BJD

ଅନୁଗୁଳ(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ବାପା ଓ ପୁଅ ପ୍ରାଣ ହରାଇଛନ୍ତି । ପୁଅର ବୟସ ୪ ବର୍ଷ ହୋଇଥିବା ଜଣାପଡ଼ିଛି । ବଅଁରପାଳ କଇଁଛବାହାଳ ଗାଁ ରେ ଥିବା ଏକ ପୋଖରୀରେ ବୁଡ଼ିଯାଇଛନ୍ତି ଏହି ବାପା ଓ ପୁଅ । ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ି ଯାଇ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଲୁଣା ନଦୀରେ ବୁଡ଼ି ୨ ନାବାଳକ ଭାଇ ପ୍ରାଣ ହରାଇଛନ୍ତି । କଣାସ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଦୁଃଖଦ ଘଟଣା ଘଟିଛି । ଦୁଇ ଭାଇ ମିଶି ଲୁଣା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଭାସି ଯାଇଥିଲେ । ମୃତକଙ୍କ ମଧ୍ୟରୁ ଜଣେ ୭ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୩ ବର୍ଷର ହୋଇଥିବା ଖବରରୁ ପ୍ରକାଶ ପାଇଛି ।

Get real time updates directly on you device, subscribe now.