fbpx

ମାସ୍କ ନଥିଲା, ସୁପରମାର୍କେଟରେ ମହିଳାଙ୍କୁ ଉଲଗ୍ନ କରି ପକାଇଲା ପୋଲିସ; ତାପରେ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ମାସ୍କ ପିନ୍ଧିବା ଖୁବ୍ ଜରୁରୀ ହୋଇପଡ଼ିଛି । ତେବେ ଅନେକ ସଂଖ୍ୟାରେ ଲୋକ ଏହି ନିୟମକୁ ପାଳନ କରୁଛନ୍ତି । କିନ୍ତୁ କିଛି ଏପରି ରହିଛନ୍ତି ଯେଉଁ ମାନେ ବିଭିନ୍ନ କାରଣ ଦେଖାଇ ମାସ୍କ ପିନ୍ଧୁନାହାନ୍ତି । ଅନ୍ୟପଟେ ନିଜର କିଛି ଅସୁବିଧା କାରଣରୁ ପିନ୍ଧୁ ନାହାନ୍ତି । ତେବେ ଇଂଲଣ୍ଡର ଜଣେ ମହିଳା ନିଜ ଶାରୀରିକ ସମସ୍ୟା ମାସ୍କ ପିନ୍ଧିନଥିଲେ । ହେଲେ ଏଥିପାଇଁ ତାଙ୍କୁ ଖୁବ୍ ଅପମାନିତ ହେବାକୁ ପଡ଼ିଲା ।

ସୂଚନା ଅନୁସାରେ, ସେ ଏକ ସୁପରମାର୍କେଟରେ ମାସ୍କ ନ ପିନ୍ଧି ସଫିଂ କରୁଥିଲେ । ଏହି ସମୟରେ ସୁପରମାର୍କେଟର କର୍ମଚାରୀ ତାଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ । ମହିଳା ଜଣକ ଉକ୍ତ କର୍ମଚାରୀଙ୍କୁ କିଛି ଶାରୀରିକ ସମସ୍ୟା କାରଣରୁ ମାସ୍କ ପିନ୍ଧୁନାହାନ୍ତି ବୋଲି କହିଥିଲେ ଓ ମେଡିକାଲ ରିପୋର୍ଟ ବି ଦେଖାଇଥିଲେ । ହେଲେ ଉକ୍ତ କର୍ମଚାରୀ ଏକଥା ପୋଲିସ୍ ଜଣାଇଥିଲା ।

ଏହାପରେ ପୋଲିସ୍ ସେଠାରେ ପହଞ୍ଚିଥିଲା । ତେବେ ପୋଲିସ୍ କୁ ନିଜର ସମସ୍ୟା ସମ୍ପର୍କରେ କହିଥିଲେ ଉକ୍ତ ମହିଳା । ସବୁ ମେଡିକାଲ୍ ରିପୋର୍ଟ ବି ଦେଖାଇଥିଲେ । କିନ୍ତୁ ପୋଲିସ୍ ଟିକେ ବି ଶୁଣିନଥିଲା । ତାଙ୍କର ଯାଞ୍ଚ କରିବା ନାମରେ ଶରୀରରୁ ସବୁ ପୋଷାକ କାଢ଼ିବାକୁ କହିଥିଲା । ଯେଉଁଥିପାଇଁ ମହିଳାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା । ତେବେ ଏପରି ଘଟଣା ପରେ ଉକ୍ତ ମହିଳା ଜଣକ ପୋଲିସ୍ ବିରୋଧରେ ବି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ଫେବୃଆରୀ ୨୫ଚ ତାରିଖର ବୋଲି ଜଣାପଡ଼ିଛି ।

 

 

Get real time updates directly on you device, subscribe now.