fbpx
BSKY
BJD YOUTH SKY
BJD MS SKY

ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ବାପା ଗିରଫ

ମାଲକାନଗିରି: ନିଜର ନାବାଳିକା ଝିଅ ସହ ଦୁଷ୍କର୍ମ କରିଛି ବାପା । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ବାଲିମେଲାରେ । ଅଭିଯୁକ୍ତ ବ୍ୟକ୍ତି ଜଣକ ହେଲେ ନିମାଇଁ ସରକାର । ନଭେମ୍ବର ୫ ରେ ଅଭିଯୁକ୍ତ ତାଙ୍କର ୧୩ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆଜି ପୁଲିସ ନିମାଇଁଙ୍କୁ ଗିରଫ କରିଥିବା ଜଣାପଡ଼ିଛିି ।

ସୂଚନା ଅନୁଯାୟୀ, ପ୍ରାୟ ଆଠ ମାସ ପୂର୍ବରୁ ନିମାଇଁଙ୍କ ପତ୍ନୀ ବୈବାହିକ କଳହ ପରେ ପୁଅ ସହିତ ଘର ଛାଡି ପଳାଇଥିଲେ। ଏହା ପରେ ନିମାଇଁ ଘରେ ଝିଅ ସହ ଏକା ରହୁଥିଲେ । ନଭେମ୍ବର ୫ ତାରିଖରେ ରାତିରେ ଶୋଇଥିବା ବେଳେ ନିମାଇଁ ନିଜର ନାବାଳିକାକୁ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ତାଙ୍କ ପଡୋଶୀଙ୍କ ଆଗରେ ଏ ବିଷୟରେ କହିବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଏହା ପରେ ପଡୋଶୀ ତୁରନ୍ତ ପୁଲିସକୁ ଏ ବାବଦରେ ଖବର ଦେଇଥିଲେ । ଅଭିଯୋଗ ପରେ ଆଜି ପୁଲିସ ନିମାଇଁଙ୍କୁ ଗିରଫ କରିବା ସହ ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.