fbpx

କ’ଣ ଆପଣଙ୍କ ସ୍ପର୍ମ କାଉଣ୍ଟକୁ କମ୍ କରୁଛି ପକେଟରେ ଥିବା ମୋବାଇଲ ? ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା

ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ବିଷୟକୁ ନେଇ ଅନେକ ପ୍ରକାରର ଅଧ୍ୟୟନ ଏବଂ ଗବେଷଣା ବାହାରିଛି, ଯେଉଁଥିରେ କୁହାଯାଇଛି ଯେ ମୋବାଇଲ୍ ଫୋନ୍ କିପରି ଅନେକ ରୋଗ ସୃଷ୍ଟି କରିପାରେ । ଏହାରି ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶୁକ୍ରାଣୁ ସଂଖ୍ୟା ବା ସ୍ପର୍ମ କାଉଣ୍ଟ ହ୍ରାସ ହୋଇପାରେ । ଏହାର ଅର୍ଥ ଏହା ଆପଣଙ୍କ ସ୍ପର୍ମକୁ ହ୍ରାସ କରିପାରେ । ସ୍ୱିଜରଲ୍ୟାଣ୍ଡର ଏକ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରେ ଏହା କୁହାଯାଇଛି ।

ଲଗାତାର ଭାବେ ହ୍ରାସ ପାଉଛି ସ୍ପର୍ମ କାଉଣ୍ଟ :-
ସ୍ପର୍ମ କାଉଣ୍ଟ କମ୍ ହେବାର ଅର୍ଥ ହେଉଛି ଆପଣ ସନ୍ତାନ ଜନ୍ମ କରିବାକୁ ସମର୍ଥ ହେବେ । ଅର୍ଥାତ୍ ଆପଣଙ୍କ ସିମେନରେ ସ୍ପର୍ମ କାଉଣ୍ଟ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିବା ଉଚିତ, ଏହି ସ୍ତର କମ୍ ହେବାରୁ ଆପଣଙ୍କୁ ଛୁଆ ଜନ୍ମ କରିବାରେ ଅସୁବିଧା ହେବ । ଯେଉଁ ରିସର୍ଚ୍ଚ ସାମ୍ନାକୁ ଆସିଛି, ସେଥିରେ କୁହାଯାଇଛି ଯେ, ସମଗ୍ର ବିଶ୍ୱରେ ଲୋକଙ୍କ ସ୍ପର୍ମ କାଉଣ୍ଟ ଲାଗତାର ଭାବେ ହ୍ରାସ ପାଉଛି । ବର୍ତ୍ତମାନ ଆପଣ ଭାବୁଥିବେ ମୋବାଇଲ୍ ଫୋନ୍ ସହିତ ଏହାର କ’ଣ କନେକ୍ସନ ଥାଇପାରେ?

ମୋବାଇଲକୁ ପକେଟରେ ରଖିବା ବିପଜ୍ଜନକ କି?
ସ୍ୱିଜରଲ୍ୟାଣ୍ଡର ଏକ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ମୋବାଇଲ୍ ରେଡିଏସନ୍ ମଧ୍ୟ ସ୍ପର୍ମ କାଉଣ୍ଟ କମ୍ କରିବାର ଏକ କାରଣ ହୋଇପାରେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ମୋବାଇଲ୍ ଫୋନ୍ ଅଧିକ ବ୍ୟବହାର କରୁଥିଲେ ସେମାନଙ୍କ ସ୍ପର୍ମ କାଉଣ୍ଟ କମ୍ ଥିବା ଜଣାପଡିଛି । ଗବେଷକମାନେ ସନ୍ଦେହ କରୁଛନ୍ତି ଯେ, ମୋବାଇଲ୍ ଫୋନ୍ ଏହାର କାରଣ ହୋଇପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ, ପକେଟରେ ମୋବାଇଲ୍ ଫୋନ୍ ରଖିବା ମଧ୍ୟ ଏହାର କାରଣ ହୋଇପାରେ । ତେବେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଏହା ଉପରେ ଅଧିକ ଅନୁସନ୍ଧାନ ଆବଶ୍ୟକ ।

ଅଧ୍ୟୟନରେ କୁହାଯାଇଛି ଯେ, ଯେଉଁମାନେ ନିଜ ବ୍ୟାକପ୍ୟାକରେ ଫୋନ୍ ରଖନ୍ତି ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ହ୍ରାସ ହୋଇପାରେ । ଅନ୍ୟପଟେ ଫୋନ୍ କୁ ଲଗାତାର ଭାବରେ ଅନେକ ଘଣ୍ଟା ଧରି ନିଜ ପକେଟରେ ରଖୁଥିବା ଲୋକଙ୍କୁ ସ୍ପର୍ମ କାଉଣ୍ଟ ସମସ୍ୟା ଅଧିକ ହୋଇପାରେ । ବର୍ତ୍ତମାନ ଏହି ଅଧ୍ୟୟନ ଏକ ନୂଆ ବିତର୍କ ଆରମ୍ଭ କରିଛି, ବର୍ତ୍ତମାନ ବୈଜ୍ଞାନିକମାନେ ଦୃଢ଼ ପ୍ରମାଣ ଖୋଜିବାକୁ ଚେଷ୍ଟା କରୁଛନ୍ତି ଯେ ମୋବାଇଲ୍ ଫୋନ୍ ପ୍ରକୃତରେ ସ୍ପର୍ମ କାଉଣ୍ଟକୁ ପ୍ରଭାବିତ କରୁଛି କି ନାହିଁ ।

Get real time updates directly on you device, subscribe now.