fbpx

ନିଜ ଝିଅ ଦେହରେ ନିଆଁ ଲଗାଇଦେଲା ବାପା

ବଲାଙ୍ଗିର,୨୩ ।୧୧(ଓଡିଶା ଭାସ୍କର) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନାବାଳିକା ଝିଅକୁ ବାପା ଜାଳିଦେଇଥିବା ଅଭିଯୋଗ ହୋଇଛି । କିରୋସିନି ପକାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଝିଅର ମାମୁଁ । ଗୁରୁତର ନାବାଳିକା ସୂର୍ଯ୍ୟକାନ୍ତୀ ନାଗ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଘର ଭିତରୁ ସୁର୍ଯ୍ୟକାନ୍ତୀଙ୍କ ଚିତ୍କାର ଶୁଣି ଡେବ୍ରିପାଲି ଗାଁ ଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂର୍ଯ୍ୟକାନ୍ତୀଙ୍କ ବାପା ଅରକ୍ଷିତ ନାଗ ହିଁ କିରାସିନି ଢାଳି ଝିଅକୁ ପୋଡ଼ି ଦେଇଥିବା ତାଙ୍କ ମାମୁଁ ବେଲପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.