7 ମହଲାରୁ ତଳେ ପଡି ବାପା ଓ 2 ଶିଶୁ ମୃତ

ନୂଆଦିଲ୍ଲୀ: 7 ମହଲାରୁ ଡେଇଁ ବାପା ଏବଂ 2 ଶିଶୁ ମୃତ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ଦ୍ୱାରକାରେ। ସୂଚନା ଅନୁସାରେ, ଦ୍ୱାରକାରେ ଥିବା 7 ମହଲା କୋଠାରେ ହୋଇଥିଲା ଅଗ୍ନିକାଣ୍ଡ।

ବହୁତ ଜୋରରେ ନିଆଁ ଲାଗିଥିବା ହେତୁ 2 ଶିଶୁଙ୍କୁ ଧରି ବାପା 7 ମହଲାରୁ ତଳକୁ ଡେଇଁପଡ଼ିଲେ। ଯାହାଫଳରେ ଏତେ ଉଚ୍ଚାରୁ ତଳେ ପଡି ବାପାଙ୍କ ସହ 2 ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି।