fbpx

କ୍ୟାନସର ପୀଡିତ ବାପାଙ୍କ ଇଚ୍ଛା ରଖିବାକୁ ଝିଅ ବାହାଘର ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର:୨ ।୫(ଓଡିଶା ଭାସ୍କର): କ୍ୟାନସରରେ ପୀଡିତ ହୋଇ ଜୀବନ ସହ ସଂଘର୍ଷ କରୁଥିଲେ ବାପା । ଶେଷ ଇଚ୍ଛା ଥିଲା ମୃତ୍ୟୁ ପୂର୍ବରୁ ସାନଝିଅ ବାହାଘର ଦେଖିବେ ।ହେଲେ ଆରମ୍ଭ ହୋଇଗଲା ଲକଡାଉନ । ଏହି ସମୟରେ ସାମାଜିକ କାର୍ଯ୍ୟକ୍ରମ ପାଇଁ ଅନୁମତି ନଥିଲା । ହେଲେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଦ୍ୱରସ୍ଥ ହେଲେ ପିଡୀତଙ୍କ ପୁଅ । ପ୍ରଶାସନ ଗମ୍ଭୀରତା ଅନୁଭବ କରି ବିବାହ ପାଇଁ ଅନୁମତି ଦେଲା ।

 

ଆଉ ଶେଷରେ ନିରାଡମ୍ବର ଭାବେ ମାତ୍ର ହାତଗଣତି ପରିବାରବର୍ଗଙ୍କ ଉପସ୍ଥିତିରେ ସମ୍ପନ୍ନ ହେଲା ବାହାଘର । ମଧ୍ୟପ୍ରଦେଶ ଇନ୍ଦୋରରେ ରହୁଥିବା ଚହ୍ୱାନ ପରିବାର ର ଆବେଦନକୁ ଗ୍ରୀନ ସିଗନାଲ ଦେଲା ସ୍ଥାନୀୟ ପ୍ରଶାସନ । ସେଥିପାଇଁ ଆଉ କାଳବିଳମ୍ବ ନକରି ଅନୁମତି ପାଇବାର ମାତ୍ର କିଛି ଘଣ୍ଟା ପରେ ଗୈାତମପୁରାରେ ସମ୍ପନ୍ନ ହୋଇଛି ବାହାଘର ।

Get real time updates directly on you device, subscribe now.