fbpx

ସଇତାନ୍ ସାଜିଲା ବାପ! ୬ ମାସ ଧରି ୧୨ ବର୍ଷର ଝିଅ ସହ କରୁଥିଲା ଦୁଷ୍କର୍ମ

କାମନା ନିଆଁରେ ନିଜ ଝିଅକୁ ବଳି ପକାଇଦେଲା ବାପା । ଗତ ୬ ମାସ ଧରି ୧୨ ବର୍ଷର ଝିଅ ସହ କରିଆସୁଥିବା ଦୁଷ୍କର୍ମ । ମା’ଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ । ଏଭଳି ଏକ ଲଜ୍ଜାଜନକ ଘଟଣା ହିମାଚଳ ପ୍ରଦେଶର ହମିପୁରରେ ଘଟିଯାଇଛି । ନାବାଳିକା ମା’ଙ୍କ ଅଭିଯୋଗ ପରେ ୨୩ ମେ ସନ୍ଧ୍ୟାରେ ପୋଲିସ ପୋକ୍ସୋ ଆକ୍ଟ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି ।

ନାବାଳିକାର ମା’ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଲଗାତାର ୬ ମାସ ଧରି ୧୨ ବର୍ଷର ଝିଅକୁ ବଳାକ୍ରାର କରି ଆସିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟପଟେ ମେଡିକାଲରେ ନାବାଳିକା ପୀଡିତାର ଚିକତ୍ସା ଚାଲିଛି ।

ଏହାପୂର୍ବରୁ ମଧ୍ୟପ୍ରଦେଶରେ ଏପରି ଏକ ମାମଲା ସାମନାକୁ ସାମାନକୁ ଆସିଥିଲା, ଯେଉଁଠି ଜଣେ ପିତା ନିଜ ଝିଅକୁ ୨ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.