ଝିଅର ସ୍କୁଲ ହ୍ୱାଟ୍ସଆପ୍ ଗ୍ରୁପରେ ପିତା ପଠାଇଲେ ୧୦ ଅଶ୍ଳୀଳ ଭିଡିଓ, ଆଉ ତା’ପରେ…

ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଭୁଲବଶତଃ ଜଣେ ଝିଅର ପିତା ସ୍କୁଲର ହ୍ୱାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇଥିଲେ । ଏପରି ଘଟଣା ପରେ ଅଭିଯୁକ୍ତ ପିତାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ଜୟପୁରରେ ଜଣେ ପିତା ଭୁଲରେ ନିଜ ଝିଅର ସ୍କୁଲ ହ୍ୱାଟ୍ସଆପ ଗ୍ରୁପରେ ଗୋଟିଏ ନୁହେଁ, ବରଂ ୧୦ଟି ଅଶ୍ଲୀଳ ଭିଡିଓ ପଠାଇଥିଲେ । ମୁହାନ ଅଞ୍ଚଳର କଲ୍ୟାଣପୁରର ସରକାରୀ ସ୍କୁଲର ଅନଲାଇନ କ୍ଲାସ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଅଶ୍ଲୀଳ ଭିଡିଓ ଆସିଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ପିଲାଙ୍କ ଅଭିଭାବକଙ୍କ ସମେତ ସ୍କୁଲ ପ୍ରଶାସନ ବି ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ସ୍କୁଲ ପ୍ରଶାସନ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଅଭିଯୁକ୍ତ ପିତା ସାବିର ଅଲୀଙ୍କୁ ଗିରଫ କରିଛି ପୋଲିସ । ଏହାକୁ ପସ୍କୋ ଆକ୍ଟ ବ୍ୟତୀତ ଧାରା ୫୦୪,୫୦୬ ଅଧିନରେ ପୋଲିସ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.

Comments
Loading...