ନୂଆଦିଲ୍ଲୀ: ଟିକ୍ ଟକ୍ ଭିଡିଓକୁ ନେଇ ଝିଅକୁ ଗୁଳି କଲେ ବାପା। ପାକିସ୍ତାନର କ୍ୱେଟା ସହରରେ ଜଣେ ବ୍ୟକ୍ତି ନିଜ ଝିଅକୁ ଗୁଳି କରି ହତ୍ୟା କରିଛନ୍ତି।
ନିକଟରେ ଆମେରିକାରୁ ନିଜ ପରିବାରକୁ ପାକିସ୍ତାନ ଫେରାଇ ଆଣିଥିବା ଜଣେ ବ୍ୟକ୍ତି ନିଜ ନାବାଳିକା ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ ବିବିସିକୁ କହିଛି।
ଝିଅର ଟିକ୍ଟକ୍ ଭିଡିଓ ପସନ୍ଦ ନ ଥିବାରୁ ବାପା ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ଅନଓ୍ଵାର ଉଲ୍ ହକ୍ ଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି।
ସେ ପ୍ରଥମେ ତଦନ୍ତକାରୀଙ୍କୁ କହିଥିଲେ ଯେ ଗୁଳିକାଣ୍ଡ ପଛରେ ଅଜଣା ଲୋକଙ୍କ ହାତ ରହିଛି।
ଆମେରିକାର ନାଗରିକତା ହାସଲ କରିଥିବା ଏହି ପିତା କହିଛନ୍ତି ଯେ ତାଙ୍କୁ ତାଙ୍କ ଝିଅର ଟିକ୍ଟକ୍ ପୋଷ୍ଟ ଆପତ୍ତିଜନକ ଲାଗିଛି।
ଅନ୍ୟପକ୍ଷରେ ପୁଲିସ ସବୁ ଦିଗରୁ ଘଟଣାର ତଦନ୍ତ କରୁଛି ବୋଲି କହିଛି।