ଭଦ୍ରକ: (ଓଡ଼ିଶା ଭାସ୍କର) ପାରିବାରିକ କଳହର କରୁଣ ପରିଣତି ବାପାର କଟୁରୀ ଚୋଟରେ ଚାଲିଗଲା ପୁଅର ଜୀବନ । ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମରେ ଅଘଟଣ । ପାରିବାରିକ କଳିରେ ବାପା ପୁଅ ହଣାହଣି, ବାପା ଗୁରୁତର ହେଇ ମେଡିକାଲରେ ଭର୍ତ୍ତି । ପୁଅ ଶଙ୍କର ବାରିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା । ସୂଚନା ଅନୁସାରେ ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମର ମାଧବାନନ୍ଦ ବାରିକ(୬୦) ଏବଂ ପୁଅ ଶଙ୍କର୍ଷଣ ବାରିକ(୪୦)ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗିରହିଥିଲା ବେଳେ ଆଜି ବାପା-ପୁଅ ଖାଉଥିବା ବେଳେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ।
ପରେ ଏହି ବଚସା ଉଗ୍ର ରୂପ ନେଇଥିଲା । କ୍ରୋଧ ଏତେ ମାତ୍ରାରେ ବଢି ଯାଇଥିଲା ଯେ ସେମାନେ ପରସ୍ପର ଉପରକୁ ହାତ ଉଠାଉଠି ଓ ପରେ ହଣାହଣି ହୋଇଥିଲେ । ଫଳରେ ବାପାର ଭୁଜାଲୀ ଚୋଟରେ ପୁଅ ଶଙ୍କର୍ଷଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ବାପା ମାଧବାନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ବନ୍ତ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।