fbpx

ପାଠପଢ଼ା ପାଇଁ ବାପା ନେଇଥିଲେ ଋଣ, ୨୮ ଲକ୍ଷ ଟଙ୍କା ପ୍ୟାକେଜ ଚାକିରି ଛାଡ଼ି UPSC କ୍ରାକ୍ କଲା ପୁଅ

ନୂଆଦିଲ୍ଲୀ: ଅଧିକାଂଶ ବ୍ୟକ୍ତି ପାଠପଢ଼ା ପରେ ଚାକିରି କରିବା ନେଇ ଚିନ୍ତା କରିଥାନ୍ତି । କିନ୍ତୁ କିଛି ସେମାନଙ୍କ ସ୍ୱପ୍ନ ପୁରା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜ୍ ପ୍ରଦାନ କରୁଥିବା ଚାକିରିକୁ ମଧ୍ୟ ଛାଡ଼ିଥାନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆୟୁଷ ଗୋୟଲ ।

କଥାରେ ଅଛି ଇଚ୍ଛାଶକ୍ତି ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଆଉ ଏହାକୁ ପ୍ରମାଣିତ କରିଛନ୍ତି ଆୟୁଷ ଗୋୟଲ । ତାଙ୍କ ପିତା ସୁଭାଷ ଚନ୍ଦ୍ର ଗୋୟଲ । ସେ ଏକ ତେଜରାତି ଦୋକାନ ଚଳାନ୍ତି । ଆୟୁଷର ପାଠପଢ଼ା ପାଇଁ ସେ ୨୦ ଲକ୍ଷ ଟଙ୍କାର ଋଣ ନେଇଥିଲେ । IIMରୁ ପାଠ ପଢ଼ା ଶେଷ ହେବା ପରେ ଆୟୁଷଙ୍କୁ ବାର୍ଷିକ ୨୮ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ମିଳିଥିଲା । ଏହା ପରେ ପରିବାରରେ ଖୁସିର ଲହରି ଖେଳିଯାଇଥିଲା । କିନ୍ତୁ ଏହି ଖୁସି ବେଶି ଦିନ ପର୍ଯ୍ୟନ୍ତ ରହିନଥିଲା । ମାତ୍ର ୭ ମାସ ପରେ ଆୟୁଷ ପ୍ରାଇଭେଟ୍ ଚାକିରିକୁ ବାଏ ବାଏ କହିଥିଲେ । ତାଙ୍କର ଏଭଳି ନିଷ୍ପତ୍ତି ପରିବାର ଲୋକଙ୍କୁ ଭଲ ଲାଗିନଥିଲା । ଆୟୁଷଙ୍କ ସ୍ୱପ୍ନ ଥିଲା IAS ହେବା । ସେ ଜାଣିଥିଲେ ଏହା ସବୁଠାରୁ କଠିନ ପରୀକ୍ଷା ତଥାପି ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଦିନ ରାତି ପରିଶ୍ରମ କରିଥିଲେ । ଶେଷରେ ଚାକିରି ଛାଡ଼ିବାର ରିସ୍କ ତାଙ୍କୁ IAS ହେବାର ସୁଯୋଗ ଦେଲା । IAS ପରୀକ୍ଷାରେ ଆୟୁଷ EWS କୋଟାରେ AIR ୧୭୧ ହାସଲ କରିଥିଲେ । କହିରଖୁଛୁ ଆୟୁଷ ଦଶମ ବୋର୍ଡ଼ ପରୀକ୍ଷାରେ ୯୧.୨% ଏବଂ ଦ୍ୱାଦଶରେ ୯୬.୨% ମାର୍କ ହାସଲ କରିଥିଲେ । ଆୟୁଷଙ୍କୁ ୨୦୨୩ ବ୍ୟାଚର IAS ଭାବେ କେରଳ କ୍ୟାଡର ଆବଣ୍ଟନ କରାଯାଇଥିଲା ।

 

Get real time updates directly on you device, subscribe now.