fbpx
BSKY
BJD SHG SKY
BJD YOUTH SKY

ଗୁଗୁଲ ଫୋନରେ ତ୍ରୁଟି; ଆପେ ଆପେ ଲାଗୁଛି ଫୋନ୍ କଲ୍, ଡିସପ୍ଲେକୁ ନେଇ ଅସନ୍ତୁଷ୍ଟି ପ୍ରକାଶ କଲେ ୟୁଜର୍ସ

ନୂଆଦିଲ୍ଲୀ: ଗୁଗୁଲ ପିକ୍ସେଲ୍ ୬ ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ ପରଠାରୁ ନିଜର ନୂତନ ଡିଜାଇନ୍ ଓ ସ୍ପେସିଫିକେସନ୍ କୁ ନେଇ ଚର୍ଚ୍ଚାରେ ରହିଥିଲା । ହେଲେ ଏବେ ଏହାକୁ ନେଇ ଅଭିଯୋଗ ଆସିବାରେ ଲାଗିଛି । ୟୁଜର୍ ମାନେ ଫୋନ୍ ର କୁ ନେଇ ହେଉଥିବା ସମସ୍ୟା ସମ୍ପର୍କରେ କହିଛନ୍ତି । ୟୁଜର୍ସ ପିକ୍ସଲ ୬ ପ୍ରୋ ମଡେଲ୍ ରେ ଡିସପ୍ଲେ ଫ୍ଲିକରିଂ ହେଉଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନର ସମସ୍ୟାକୁ ନେଇ ଯଦି କହିବା ତେବେ ଏହି ସ୍ମାଟଫୋନ୍ ରେ ଆପେ ଆପେ କଲ୍ ଲାଗି ଯାଉଥିବା କୁହାଯାଉଛି । ଫୋନ୍ ସହିତ କିଛି ନ କରି ମଧ୍ୟ ଆପେ ଆପେ କଲ୍ କନେକ୍ଟ ହୋଇଯାଉଛି ।

ଲୋକପ୍ରିୟ ଫୋରମ୍ ରେଡିଟ୍ ରେ ଅନେକ ୟୁଜର୍ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଚସଙ୍ଘରକ୍ଷ ୬ ଓ ଚସଙ୍ଘରକ୍ଷ ୬ ଚକ୍ସକ୍ଟ ସ୍ମାର୍ଟଫୋନ୍ ରାଣ୍ଡମ୍ କନେକ୍ଟସ୍ କୁ ଫୋନ୍ କଲ୍ କରୁଛନ୍ତି । କିଛି ଲୋକ ଦାବି କରୁଛନ୍ତି ଯେ, ଫୋନ୍ ରେ ଦିଆଯାଇଥିବା ଗୁଗୁଲ ଆସିଣ୍ଟାଣ୍ଟ ବୋଧହୁଏ ବ୍ୟାକଗ୍ରାଉଣ୍ଡ ନଏସ୍ କୁ କମାଣ୍ଡ ଭାବି ଫୋନ୍ କରୁଛନ୍ତି । ତେବେ ଫୋନ୍ କୁ ନେି ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ଗୁଗୁଲ୍ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ ।

ସ୍ପେସିଫିକେସନ୍ କଥା ଯଦି କହିବା ତେବେ ଗୁଗୁଲ Pixel 6 ଓ Pixel 6 Pro  ରେ ପଞ୍ଚ ହୋଲ୍ ଡିଜାଇନ୍ ଓ ପତଳା ବେଜଲ୍ସ ସହିତ ଆଲୁମିନିୟମ୍ ଫ୍ରେମ ଦିଆଯାଇଛି । ଏହାର ଡିସପ୍ଲେରେ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଦେଇଛି । ଗୁଗୁଲ ପିକ୍ସଲ୍ ୬ରେ ୫୦ ଏମପି ର ପ୍ରାଇମେରୀ ସେନ୍ସର୍ ଓ ୧୨ଏମପିର ଅଲ୍ଟ୍ରା ୱାଇଡ୍ ଲେନ୍ସ ସହିତ ଡୁଆଲ୍ ରିୟର୍ କ୍ୟାମେରା ସେଟଅପ୍ ଦିଆଯାଇଛି । ସେହିପରି ୬ ପ୍ରୋ ରେ ୫୦ ଏମପି ପ୍ରାଇମେରୀ ସେନ୍ସର୍ , ୧୨ଏମପି ର ଅଲ୍ଟ୍ରା ୱାଇଡ୍ ସେନ୍ସର୍ ଓ ୪୮ଏମପିର ଟେଲିଫୋଟୋ ସେନ୍ସର୍ ଯୁକ୍ତ ଟ୍ରିପଲ୍ କ୍ୟାମେରା ଦିଆଯାଇଛି ।

Get real time updates directly on you device, subscribe now.