fbpx

ନବୀନ ନିବାସ ଅଭିମୁଖେ ବିଶାଳ ରାଲି, ଭବାନୀପାଟଣାରେ କଳାପତାକା ପ୍ରଦର୍ଶନ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତକୁ ନେଇ ପୂର୍ବରୁ ହିଁ ବିଜେପି ବିରୋଧ ପ୍ରଦର୍ଶନ କରିଆସୁଥିଲା । ତେବେ ଏହାର ସିଧାସଳଖ ଚିତ୍ର ଦେଖିବାକୁ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରୁଥିବା ବେଳେ ଭବାନୀପାଟଣା ଓ ନବୀନ ନିବାସ ଅଭିମୁଖେ ବିଜେପି କର୍ମୀ ମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ବିରୋଧୀ ମାନେ ମମିତାଙ୍କୁ ନ୍ୟାୟ ଦାବିରେ ଗସ୍ତକୁ କଡା ବିରେଧ କରୁଛନ୍ତି । ମମିତା ମେହେରଙ୍କ ମୃତ୍ୟୁକୁ ମାସେ ପୁରିବା ପରେ ଗସ୍ତ କରୁଥିବାରୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛି ବିଜେପି ।

ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ଏମଏସଏ ଛକରେ ବିଜେପିର କଳାପତାକା ପ୍ରଦର୍ଶନ ଦେଖିବାକୁ ମିଳିଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଜେପି ରାଲି କରୁଥିବା ଦେଖିବାକୁ ମିଳିଛି । କଳାପତାକା ପ୍ରଦର୍ଶନ ସହିତ ବିଜେପି କର୍ମୀ ମାନେ ନବୀନ ଗୋ ବ୍ୟାକ୍ ନାରା ଦେଇଛନ୍ତି । ପୋଲିସ୍ ବିରୋଧକୁ ରୋକିବାକୁ ଯାଇ ବିଜେପି କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ମଧ୍ୟ ସୂଚନା ରହିଛି । ଭୁବନେଶ୍ୱରରେ ବିଜେପିର ବିଶାଳ ରାଲି ବାହାରିଛି ।

ଭୁବନେଶ୍ୱର ଏୟାରପୋର୍ଟ ଛକରେ ବିଜେପି କଳାପତାକା ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି କର୍ମୀ ଙ୍କ କଳାପତାକା ପ୍ରଦର୍ଶନ କରି ଜୋରଦାର ବିରୋଧ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ମିଳିପାରୁନି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.