fbpx

ଆସନ୍ତାକାଲି ଜାରି ହେବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଜାଣନ୍ତୁ ପରୀକ୍ଷାର ସମ୍ପୂର୍ଣ ବିବରଣୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପକ୍ଷରୁ ଶୁକ୍ରବାର ଦିନ ୧୦ମ ଓ ଦ୍ୱାଦଶର ଟର୍ମ-୧ ପରୀକ୍ଷାକୁ ନେଇ ଦିଶା-ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ନଭେମ୍ବର-ଡିସେମ୍ବର ରେ ହେବାକୁ ଥିବା ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ନଭେମ୍ବର ୯ ତାରିଖରେ ରୋଲ୍ ନମ୍ବର ଅପଲୋଡ୍ କରାଯିବ । ଜାରୀ ହୋଇଥିବା ନିର୍ଦ୍ଦେଶାବଳୀ ମୁତାବକ, ପରୀକ୍ଷା ୪୫ ରୁ ୫୦ ଦିନ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା କରିବା ପରେ ସେହି ଦିନ ଅହିଁ କପି ଚେକ୍ କରି ଛାତ୍ରଛାତ୍ରୀଙ୍କ ଅଙ୍କ ଅପଲୋଡ୍ କରିବାକୁ ହେବ । ତେବେ ୧୨ ଶ୍ରେଣୀ ପିଲାଙ୍କ ପରୀକ୍ଷା ୧୧୪ଟି ବିଷୟ ଉପରେ ହେବାକୁ ଥିବା ବେଳେ ୧୦ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ୭୫ଟି ବିଷୟ ଉପରେ ହେବ ।

ସିବିଏସଇ ଦ୍ୱାରା ନଭେମ୍ବର ୧୬ରୁ ଦ୍ୱାଦଶ ଓ ୧୭ରୁ ଦଶମ ଶ୍ରେଣୀ ପିଲାଙ୍କ ମାଇନର୍ ବିଷୟର ପରୀକ୍ଷା ଆୟୋଜିତ କରାଯିବ । ବାକି ମୁଖ୍ୟ ବିଷୟ ଗୁଡ଼ିକର ପରୀକ୍ଷା ଦଶମ ପିଲାଙ୍କ ପାଇଁ ନଭେମ୍ବର ୩୦ ରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ । ସେହିପରି ଟର୍ମ-୨ ପରୀକ୍ଷା ମାର୍ଚ୍ଚ-ଏପ୍ରିଲ୍ ୨୦୨୨ରେ ହେବାକୁ ଯାଉଛି । ୫୦ ପ୍ରତିଶତ ସିଲାବସ୍ ରୁ ଟର୍ମ-୨ ପରୀକ୍ଷାରେ ପ୍ରଶ୍ନ ପଚରାଯିବ । ତେବେ ଟର୍ମ-୧ ପରୀକ୍ଷା ୯୦ ମିନିଟ୍ ର ହେବ । ଏହି ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଉତ୍ତର ଓଏମଆର୍ ସିଟ୍ ରେ ଦେବେ । ସେହିପରି ଟର୍ମ-୨ ପରୀକ୍ଷା ଦୁଇଘଣ୍ଟା ହେବ ।

Get real time updates directly on you device, subscribe now.