fbpx

ବିବାହ ପୂର୍ବରୁ ଯୁବକଙ୍କୁ ଉଠାଇ ନେଲା କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ, ଏବେ ଅଞ୍ଚଳରେ ଚର୍ଚ୍ଚା

ସଇଁତଳା, (ଭାସ୍କର ନ୍ୟୁଜ): ରେଳ ଟିକଟ କଳାବଜାର କରୁଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଅଧିନସ୍ଥ ନାରୀକଟା ଗ୍ରାମର ବୁଲୁ କୁମ୍ଭାରଙ୍କୁ ଉଠେଇ ନେଇଯାଇଥିବା ଜଣାପଡିଛି । ବୁଲୁ କୁମ୍ଭାର ଟ୍ରାଭେଲସ ନାମରେ ଏକ ସଂସ୍ଥା ରହିଛି । ସେ ଏହା ଜରିଆରେ ରେଳ ଟିକେଟ୍‌ର କଳା ବଜାର କରୁଥିଲି । ଗୋଳାବାରୁଦ କାରଖାନାର କର୍ମଚାରୀ ଓ ଦାଦନ ଯାଉଥିବା ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇ ସେ ରେଳ ଟିକଟ ଦେଉଥିଲେ । ତେବେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗତ ୨ ଦିନ ତଳେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ତାଙ୍କ ନାରୀକଟା ଘରେ ଚଢ଼ାଉ କରିବା ପରେ ବୁଲୁକୁ ଉଠାଇନେବା ସହ ଘରରୁ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରିଛି । ଏନେଇ ତାଙ୍କ ପରିବାରଙ୍କୁ ଏବିଷୟରେ ପଚାରିବାରୁ କୌଣସି ଉତ୍ତର ମିଳିନଥିଲା । ତେବେ କିଛି ଦିନ ପରେ ବୁଲୁର ବାହାଘର ହେବାକୁ ଥିବାବେଳେ ତାଙ୍କୁ ରେଳବାଇ ଟିକେଟ୍‌ର କଳାବଜାରୀ ଘଟଣାରେ ଗିରଫ କରାଯିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.