fbpx

ମାଛ ମାର୍କେଟରେ ହଣାକଟା, ୨ ଭାଇଙ୍କୁ ମାଛ କଟା ପନିକିରେ ହାଣିଲା ଅନ୍ୟ ଜଣେ ବେପାରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର  ୟୁନିଟ୍-୪ ନମ୍ବର ମାଛ ମାର୍କେଟରେ ୨ ବ୍ୟବସାୟୀଙ୍କ ମଧ୍ୟରେ ଝଗଡା ଯୋଗୁଁ ହଣାହଟା ହୋଇଛି । ଏଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା ଓ ନରେନ୍ଦ୍ର ବେହେରା ବୋଲି ଜଣାପଡିଛି । ସାମାନ୍ୟ କଥା କଟିରୁ ରକ୍ତାକ୍ତ କାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଖାରବେଳନରଗ ଥାନା ପୋଲିସ ପହଞ୍ଚି ଗୁରୁତରଙ୍କୁ କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଛି।

ଖବର ଅନୁଯାୟୀ, ବୁଧବାର ସକାଳେ ମାଛ ମାର୍କେଟରେ ବେପାର ପାଇଁ ଭିଡି ଜମିଥିଲା । ତେବେ ମାଛ ବ୍ୟବସାୟକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ବ୍ୟବସାୟୀ ମାଛ କଟା ପନିକିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ୨ ବେପାରୀ ଭାଇଙ୍କୁ ଖାରବେଳନଗର ଥାନା ପୁଲିସ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି । ୨ ଭାଇଙ୍କୁ ହାଣିଥିବା ମାଛ ବେପାରୀ ଜିତେନ୍ଦ୍ର ବେହେରା ଫେରାର୍‌ ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି ।

 

Get real time updates directly on you device, subscribe now.