ନୂଆଦିଲ୍ଲୀ: ଫେସବୁକ ଆକାଉଣ୍ଟ, ପେଜ ଓ ଗ୍ରୁପର କଣ୍ଟେଣ୍ଟ-ଲିଙ୍କଡ ନେଟୱାର୍କ ସମାପ୍ତ ହୋଇଯିବ । ରାଜନେତା, ସାମ୍ବାଦିକ, ସେଲିବ୍ରେଟି ଆଦି ପବ୍ଲିକ ଫିଗର୍ସଙ୍କୁ ଟାର୍ଗେଟ କରୁଥିବା ସେକ୍ସୁଆଲାଇଜିଂ କଣ୍ଟେଣ୍ଟକୁ ବ୍ୟାନ କରାଯିବ । ଏନେଇ କମ୍ପାନୀ ପକ୍ଷରୁ ଏକ ଘୋଷଣାନାମା ଜାରି କରାଯାଇଛି । ଏଥିସହିତ କୌଣସି ବ୍ୟକ୍ତିଗତ ଆପତ୍ତିଜନକ କଣ୍ଟେଣ୍ଟକୁ ମଧ୍ୟ ହଟାଇ ଦିଆଯିବ । ଯେପରିକି, ଇନବକ୍ସରେ ସିଧାସଳଖ ମେସେଜ୍ କରିବା, ବ୍ୟକ୍ତିଗତ ପ୍ରୋଫାଇଲ ବା ପୋଷ୍ଟରେ କମେଣ୍ଟ କରିବା ଏହି ଶ୍ରେଣୀରେ ଆସୁଛି ବୋଲି କୁହାଯାଇଛି ।
ଫେସବୁକ ପକ୍ଷରୁ କୁହାଯାଇଛି ଯେ, ଜର୍ଣ୍ଣାଲିଷ୍ଟ ଓ ମାନବାଧିକାର ଅଧିବକ୍ତାଙ୍କ ପରି ପବ୍ଲିକ ଫିଗର୍ସଙ୍କୁ କମ୍ପାନୀ ଏଣିକି ଅଧିକ ସୁରକ୍ଷା ଅଫର କରିବ । ପବ୍ଲିକଙ୍କ ସହିତ ହେରଫେର ମାମଲାରେ ଗତ ସେପ୍ଟେମ୍ବରରେ ୧୨୫୯ ଆକାଉଣ୍ଟଣ୍ଟ, ପେଜ ଓ ଗ୍ରୁପକୁ ହଟାଇ ଦିଆଯାଇଛି । ଘରୋଇ ଦର୍ଶକଙ୍କୁ ଟାର୍ଗେଟ କରୁଥିବା ମାମଲାରେ ଇରାନରେ ୯୩ ଫେସବେୁକ ଆକାଉଣ୍ଟ, ୧୪ ପେଜ, ୧୫ ଗ୍ରୁପ ଓ ୧୯୪ ଇନଷ୍ଟାଗ୍ରାମ ଆକାଉଣ୍ଟ ହଟାଯାଇଛି । ଏଥିସହିତ ଉକ୍ତ ମାସରେ ସୁଦାନରେ ୧୧୬ ଫେସବୁକ ପେଜ, ୬୬୬ ଫେସବୁକ ଆକାଉଣ୍ଟ, ୬୯ ଗ୍ରୁପ ଓ ୯୨ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ହଟାଯାଇଥିବା ଜଣାପଡ଼ିଛି ।