fbpx
BJD SKY
BJD SKY

ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ପଶିବାର ଭୟ ତେଜିଲା, ଆଫଗାନିସ୍ତାନକୁ ଲାଗିଥିବା ସୀମାରେ ମୁତୟନ ହେଲେ ପାକ୍ ଯବାନ

BJD

ନୂଆଦିଲ୍ଲୀ: ଆଫଗାନିସ୍ତାନର ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାର ପ୍ରଭାବରେ ପାକିସ୍ତାନ ସରକାରଙ୍କ ଭିତରେ ଏବେ ଛନକା ପଶିଛି । ଆମେରିକୀୟ ଓ ନାଟୋ ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନ ଉପରେ ପୂଣି ଥରେ ତାଲିବାନ ମାନେ ସେମାନଙ୍କର ରାଜୁତି ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଯାଇଛି । ତାଲିବାନ ମାନେ କ୍ରମାଗତ ଭାବେ ଦେଶର ପ୍ରମୁଖ ସହରଗୁଡିକୁ ଦଖଲ କରି ଆସୁଛନ୍ତି । ଆଉ ଏହି ଭୟରେ ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍ ଖାନ୍ ସୀମାରେ ସେନା ମୁତୟନ କରିବା ଆରମ୍ଭ କରିଛି ।

ରିପୋର୍ଟ ଅନୁଯାୟୀ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ କହିଛନ୍ତି ଯେ, ପାକିସ୍ତାନୀ ସେନାର ଯବାନ ମାନେ ଫ୍ରଣ୍ଟିୟର କନଷ୍ଟେବୁଲାରୀ (ଏଫସି), ଲେଭିଜ୍ ଫୋର୍ସ ଏବଂ ଅନ୍ୟାନ୍ୟ ମିଲିସିଆର ଫ୍ରଣ୍ଟଲାଇନ ପୋଜିସନ୍ ର ଜାଗା ନେଇଛି । ଅହମ୍ମଦ କହିଛନ୍ତି ଯେ ଏଫସି ବେଲୁଚିସ୍ତାନ ଏବଂ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କୁ ସୀମାରେ ପାଟ୍ରୋଲିଂ କରିବାକୁ ଡକାଯାଇଛି।

ପାକିସ୍ତାନୀ ଗୃହମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସାମରିକ ବାହିନୀ ବଦଳରେ ନିୟମିତ ସେନା ଯବାନ ମାନେ ସୀମା ଉପରେ ନଜର ରଖିଛନ୍ତି। ସୀମାରେ ଅବସ୍ଥା ବିଗିଡିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅହମ୍ମଦ କହିଛନ୍ତି ଯେ ଆଫଗାନିସ୍ତାନରୁ ଶରଣାର୍ଥୀଙ୍କ ଆଗମନକୁ ରୋକିବା ପାଇଁ ବର୍ତ୍ତମାନର ପରିସ୍ଥିତି ବାଧ୍ୟ କରିଛି । ବେଆଇନ ସୀମା ପାର ହେବା, ଚୋରା ଚାଲାଣ ଇତ୍ୟାଦି ନିୟମିତ ସମସ୍ୟାର ମୁକାବିଲା ପାଇଁ ସୀମାନ୍ତରେ ସୀମାନ୍ତ କନଷ୍ଟେବୁଲାରୀ, ଲେଭି, ରେଞ୍ଜର୍ସ ସମେତ ପାରାମିଲିଟାରୀ ଫୋର୍ସ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦେଖିଛୁ ଯେ, ଆଫଗାନ୍ ସେନା ମାନେ ତାଲିବାନ ଠାରୁ ବଞ୍ଚିବା ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ୧୦୦୦ରୁ ଅଧିକ ଆଫଗାନ୍ ତାଜକିସ୍ତାନ ଫେରାର୍ ହୋଇଯାଇଥିଲେ । ପାକିସ୍ତାନ ସୀମାକୁ ଲାଗିଥିବା ଅଞ୍ଚଳ ଗୁଡ଼ିକରେ ତାଲିବାନ ମାନଙ୍କ ଶାସନ ଅଧିକ ଥିବାରୁ ଏପରି ନିଷ୍ପତି ନେଇଛି ପାକିସ୍ତାନ ।

ଅଧିକାରୀ କହିଛନ୍ତି ଯେ ଏହି କାରଣରୁ ଆଫଗାନିସ୍ତାନ ସେନାମାନେ ଫେରାର୍ ହୋଇ ପାକିସ୍ତାନରେ ପ୍ରବେଶ କରୁଛନ୍ତି, ତେଣୁ ତାଲିବାନ ସେମାନଙ୍କୁ ଗୋଡ଼ାଇବାର ସମ୍ଭାବନା ରହିଛି ଏବଂ ଏହି ବିବାଦ ପାକିସ୍ତାନ ଭିତରେ ବ୍ୟାପିଯିବ । ତାଲିବାନ ମାନଙ୍କ ଦ୍ୱାରା ସ୍ପିନ୍ ବୋଲଡାକ୍ ସୀମା କ୍ରସିଂକୁ ନିୟନ୍ତ୍ରଣ କରିବା ପରେ ପାକିସ୍ତାନ ଓ ଆଫଗାନିସ୍ତାନ ଗତ ସପ୍ତାହରେ ସୀମାରେ କଣ୍ଟା ତାର ଲଗାଇଥିଲେ। ଆଫଗାନିସ୍ତାନ କୁ ଲାଗିଥିବା ୨୬୪୦ କିଲୋମିଟର ଲମ୍ବା ସୀମାର ୯୦% ପାକିସ୍ତାନ ଅବରୋଧ କରିଛି ।

Get real time updates directly on you device, subscribe now.