fbpx

କୋଭିଡରେ ମାନସିକ ସ୍ୱାସ୍ଥ୍ୟ ନେଇ ରାଜ୍ୟ ସରକାରଙ୍କ ସୂଚନା-’ଭୟ କଲେ କରୋନା ବଢିବ’

Advertisement

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । କଟକ ଉତ୍କର୍ଷ ଜାତୀୟ ମାନସିକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ସାରଦା ସ୍ୱାଇଁ କୋଭିଡରେ ମାନସିକ ସ୍ୱାସ୍ଥ୍ୟ ନେଇ କହିଛନ୍ତି ଯେ, କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବ । ମାନସିକ ରୋଗୀ, ବୟସ୍କ, ଦୁର୍ବଳ ରୋଗୀ, ଛାଟପିଲା ଅନିଦ୍ରା ରହୁଛନ୍ତି । ଛାନିଆ ଭାବ ନରଖି ସାମୟିକ ଭାବେ କୋଭିଡ ପ୍ରତି ସଚେତନ ରୁହନ୍ତୁ । କାରଣ ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ । ଏନେଇ ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ । ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ ଓ ଶାରୀରିକ ପରିଶ୍ରମ କରନ୍ତୁ । ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ୱାକିଂ କରିବା ମଧ୍ୟ ଉଚିତ । ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ । କରୋନା ପାଇଁ ଔଷଧ ଓ ମାନସିକ ରୋଗ ପାଇଁ ଔଷଧ ଖାଇପାରିବେ । ମାନସିକ ରୋଗୀ ମଧ୍ୟ ଟିକା ନେଇପାରିବେ ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।

ଏହା ସହ ଘରେ ମାନସିକ ରୋଗୀଠୁ କୋଭିଡ ରୋଗୀଙ୍କୁ ଦୂରେଇ ରଖନ୍ତୁ । ମାନସିକ ରୋଗୀ ବି ଗୃହ ପୃଥକବାସରେ ରହି ଚିକିତ୍ସିତ ହୋଇପାରିବେ । ୩୦ଟି ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ କଲ ସେଣ୍ଟର ଖୋଲାଯାଇଛି । ଔଷଧ, ପରାମର୍ଶ ଦେବାକୁ ଭ୍ରାମ୍ୟମାଣ ଟିମ୍ ବ୍ୟବସ୍ଥା ହୋଇଛି । ମାନସିକ ରୋଗୀଙ୍କ ପାଇଁ ଠିକ୍ ପରିମାଣର ଖାଦ୍ୟ ଓ ନିଦ୍ରା ଜରୁରୀ ବୋଲି ସାରଦା କହିଛନ୍ତି ।

Get real time updates directly on you device, subscribe now.