fbpx

ଫିସକୁ ନେଇ ନୋ ଟେନସନ୍: UPSCର ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ୭୫୦୦ ଟଙ୍କା

ନୂଆଦିଲ୍ଲୀ: ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରେ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ସାମିଲ । ସର୍ବୋତ୍ତମ ପ୍ରସ୍ତୁତି ପାଇଁ ଅନେକ କୋଚିଂ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଶୁଳ୍କ ଆଦାୟ କରନ୍ତି । ଏଭଳି ପରିସ୍ଥିତିରେ ତାମିଲନାଡୁରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀମାନଙ୍କ ପାଇଁ ଆରାମଦାୟକ୍ ଖବର ରହିଛି । ୟୁପିଏସସି ପ୍ରସ୍ତୁତି ପାଇଁ ତାମିଲନାଡୁ ସରକାର ସ୍ୱତନ୍ତ୍ର ଷ୍ଟାଇପେଣ୍ଡ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତାମିଲନାଡୁର ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏହାର ଘୋଷଣା କରିଛନ୍ତି । ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟାକୁ ଆହୁରି ବଢ଼ାଇବାକୁ ସେମାନଙ୍କୁ ଷ୍ଟାଇପେଣ୍ଡର ସୁବିଧା ମିଳିବ । ରାଜ୍ୟର ୧୦୦୦ ଯୁବକଯୁବତୀ ଷ୍ଟାଇପେଣ୍ଡର ସୁବିଧା ପାଇବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି ।

ତାମିଲନାଡୁର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ କହିଛନ୍ତି ଯେ, ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀମାନେ ‘ନାନ ମୁଧଲୱନ ଯୋଜନା’ ଅଧୀନରେ ସାମିଲ ହେବେ । ଏଥିରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୟୁପିଏସସି ପ୍ରସ୍ତୁତି ପାଇଁ ୭୫୦୦ ଟଙ୍କା ଦିଆଯିବ । ଯୁବକଯୁବତୀମାନଙ୍କୁ ୧୦ ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କା ଦିଆଯିବ ।

Get real time updates directly on you device, subscribe now.