fbpx
BJD SKY
BJD SKY

‘ଜଣେ ହିନ୍ଦୁ ହିସାବରେ କହିବାକୁ ଚାହୁଁଛି ଚଳିତ ଥର କୁମ୍ଭ ମେଳା ହେବାର ନଥିଲା’ : ସୋନୁ ନିଗମ୍

BJD

ମୁମ୍ବାଇ ୧୯ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରତିିଦିନ ଲକ୍ଷେରୁ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ଦେଖି ବଲିଉଡ୍ ସିଙ୍ଗର୍ ସୋନୁ ନିଗମ୍ ଚିନ୍ତା ପ୍ରକଟ କରିଛିନ୍ତି । ଦେଶରେ କରୋନା ରୋଗୀଙ୍କ ସହିତ ସେମାନଙ୍କର ସେବା କରୁଥିବା ଡାକ୍ତର ମାନଙ୍କର ମଧ୍ୟ ମୃତ୍ୟୁ ଘଟୁଛି । ତେଣୁ ଏଭଳି ସମୟରେ ଏ ବର୍ଷର କୁମ୍ଭମେଳା ହେବାର ନଥିଲା । ଏନେଇ ସୋନୁ ନିଜର ଏକ ଭିଡିଓ ତିଆରି କରି ରାତି ୩ଟାରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

 

View this post on Instagram

 

A post shared by Sonu Nigam (@sonunigamofficial)

ଏହି ଭିଡିଓରେ ସୋନୁ କହୁଛନ୍ତି ଯେ, ‘ମୁଁ ଆଉ କାହା କଥା କହିପାରିବି ନାହିଁ,କିନ୍ତୁ ଜଣେ ହିନ୍ଦୁ ହିସାବରେ ଏତିକି କହିବି କି କୁମ୍ଭମେଳା ହେବାର ନଥିଲା । ତେବେ ବହୁତ ଭଲ ହେଲା କି ଟିକେ ବୁଦ୍ଧି ଆସିଲା ଏବଂ ଏହାକୁ ସମାପନ କରିଦିଆ ଗଲା । ମୁଁ ଭକ୍ତିକୁ ବିଶ୍ୱାସ କରେ ,ହେଲେ ମୋତେ ଲାଗୁଛି କି ବର୍ତ୍ତମାନ ସମୟ ଲୋକମାନଙ୍କ ଜୀବନ ରକ୍ଷା କରିବାଠୁ ଆଉ କିଛି ଜରୁରୀ ନୁହଁ ।’ ସୋନୁ ଏକଥା ମଧ୍ୟ କହିଛନ୍ତି କି ‘ଆପଣମାନଙ୍କୁ କଣ ଲାଗୁଛି ମୋର ଶୋ କରିବା ପାଇଁ ମନ ହେଉ ନାହିଁ । ହେଲେ ମୁଁ ଜାଣିଛି ‘ଶୋ’ କରିବା କଥା ନୁହଁ – ମୁଁ ଜଣେ ଗାୟକ ହିସାବରେ କହୁଛି । ସାମାଜିକ ଦୂରତା ରଖୁଥିବା ‘ଶୋ’ ହୋଇପାରିବ କିନ୍ତୁ ସ୍ଥିତି ଏବେ ଭଲ ନାହିଁ, ଆମକୁ ବୁଝିବା ଦରକାର । ସବୁଠାରୁ ଚିନ୍ତାର ବିଷୟ କି ଦେଢ ବର୍ଷ ହେବ ଲୋକଙ୍କ ପାଖରେ କାମ ନାହିଁ ହେଲେ ଏଥିପାଇଁ କରୋନାକୁ ବେଖାତିର କରିହେବ ନାହିଁ । ଏହାବ୍ୟତୀତ ସୋନୁଙ୍କ ପତ୍ନୀ ଏବଂ ତାଙ୍କର ଜଣେ ସିନିୟରଙ୍କୁ କରୋନା ହୋଇଥିବା ସେ ମଧ୍ୟ କହିଛନ୍ତି । କିଛିଦିନ ପୂର୍ବେ ଅଭିନେତ୍ରୀ ମଲାଇକା ଅରୋଡା ଏବଂ ଫିଲ୍ମ ନିର୍ଦ୍ଦେଶ ଗୋପାଳ ବର୍ମା କୁମ୍ଭମେଳାକୁ ନେଇ ଆପତ୍ତି କରିଥିଲେ ।

Get real time updates directly on you device, subscribe now.