fbpx

Googleରେ ସେକ୍ସକୁ ନେଇ ଅଧିକାଂଶ ଲୋକ ଏହି ଜିନିଷ ସର୍ଚ୍ଚ କରିଥାନ୍ତି, ଜାଣନ୍ତୁ କ’ଣ

ସେକ୍ସ ବିଷୟରେ ସମସ୍ତଙ୍କ କିଛି ନା କିଛି ଜ୍ଞାନ ରହିବା ନିହାତି ଦରକାର । ତେଣୁ ଲୋକମାନେ ସେକ୍ସ ବିଷୟରେ ଅଧିକ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଥାନ୍ତି । କିଛି ଲୋକ ସେକ୍ସର ଫାଇଦା ଓ ନୁକସାନ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ମାତ୍ର ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏପରି କିଛି ବିଶେଷ ପ୍ରଶ୍ନର ଉତ୍ତର ପାଇବା ପାଇଁ ଅଧିକାଂଶ ଲୋକ ଗୁଗୁଲର ସାହାରା ନେଇଥାନ୍ତି । ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡ଼ିକ ବିଷୟରେ:-

– ସାଧାରଣତଃ ଯେତେବେଳେ ଜଣେ ଅନ୍ୟ ଜଣଙ୍କ ଶରୀରକୁ ସ୍ପର୍ଶ କରେ ସେତେବେଳେ ଶରୀରରେ ଡୋପାମିନ, ସେରୋଟୋନିନ, ଅକ୍ସିଟୋସିନ ଭଳି ହରମୋନ କ୍ଷରିତ ହୋଇଥାଏ । ଅଧିକାଂଶ ଲୋକ ଏହି ହରମୋନ କ୍ଷରଣର କାରଣ ବିଷୟରେ ଜାଣିବାକୁ ଚାହିଁଥାନ୍ତି ।

– ମନୋବିଜ୍ଞାନୀଙ୍କ ମତରେ ଆମର ଇଚ୍ଛା ସହିତ ଆମର ସ୍ୱପ୍ନ ଜଡ଼ିତ । ବେଳେବେଳେ ଆମେ ଯାହା ଭାବିଥାଉ, ତାହା ସ୍ୱପ୍ନରେ ଦେଖିଥାଉ । କିଛି ଲୋକ ସ୍ୱପ୍ନ ଓ ଓ ବାସ୍ତବ ଜୀବନ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।

– ଅନେକ ଲୋକ ସେକ୍ସୁଆଲ ଡିଜିଜ୍ ବିଷୟରେ ଚିନ୍ତିତ ରହିଥାନ୍ତି । ତେଣୁ ସେମାନେ ଏହାର ଚିକିତ୍ସା କରିବା ପୂର୍ବରୁ ଗୁଗୁଲରେ ଏହି ରୋଗ ବିଷୟରେ ପ୍ରଥମେ ଜାଣିବାକୁ ଚାହିଁଥାନ୍ତି । କିଛି ଲୋକ ସେକ୍ସୁଆଲ ଟାଇମିଂ ବିଷୟରେ ଜାଣିବାକୁ ଆଗ୍ରହୀ ରହିଥାନ୍ତି ।

– ଆଉ କିଛି ଲୋକ ସେକ୍ସ କେତେଥର କରିବା ଦରକାର ସେ ବିଷୟରେ ସର୍ଚ୍ଚ କରିଥାନ୍ତି । ସେକ୍ସ କରିବା ସମୟରେ ଯନ୍ତ୍ରଣା ହେବାର କାରଣ ବିଷୟରେ ଅନେକ ଲୋକ ଜାଣିବାକୁ ଚାହିଁଥାନ୍ତି ।

Get real time updates directly on you device, subscribe now.