fbpx
BJD
BJD SKY
BJD SKY

ଦୁର୍ବଳ ଲାଗୁଛି କି ? ଦହି ସହ ଖାଆନ୍ତୁ ଏହି ଜିନିଷ

ଦହି, କ୍ଷୀର ଆଦି ଖାଦ୍ୟରେ କ୍ୟାଲସିୟମ, ପ୍ରୋଟିନ୍ ସହ ଅନ୍ୟାନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି । ଏହି କାରଣରୁ ଦହି ଓ କ୍ଷୀର ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ । କାମ କରିବାକୁ ଶକ୍ତି ମଧ୍ୟ ମିଳିଥାଏ । ଅଧିକାଂଶ ଲୋକେ ଖାଦ୍ୟ ଖାଇବା ସମୟରେ ଦହିର ନିଶ୍ଚୟ ସେବନ କରିଥାଆନ୍ତି ।

ତେବେ ହୁଏତ ଆପଣ ଜାଣି ନଥିବେ ଏପରି କେତେକ ଜିନିଷ ରହିଛି, ଦହି ସହ ତାହାକୁ ଏକତ୍ରିତ ଖାଇବା ଦ୍ୱାରା ହାଲିଆ ଅନୁଭବ ହୋଇନଥାଏ । ଏହାସହ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ ।

ଦହିକୁ ପ୍ରୋଟିନ୍, ଭିଟାମିନ୍, କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ଫସଫରସ ଓ ଫୋଲିକ୍ ଏସିଡ୍ର ଉତ୍ତମ ସ୍ରୋତ କୁହାଯାଏ । ସେଭଳି ଦହିରେ କିଛି ସ୍ୱତନ୍ତ୍ର ଜିନିଷ ମିଶାଇ ଖାଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ ।

ହଜମ ସହ ଜଡିତ ସମସ୍ୟାକୁ ଦୂର ପାଇଁ ଦହିରେ ଜିରା ମିଶାଇ ଖାଆନ୍ତୁ । ଏହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ସଠିକ୍ ଭାବେ ଓ ସହଜରେ ହଜମ ହୋଇଥାଏ । ଦହି ସହ ଭଜା ହୋଇଥିବା ଜିରା, ସାମାନ୍ୟ କଳାଲୁଣ ଖାଇବା ଦ୍ୱାରା ଭୋକ ମଧ୍ୟ ବଢିଥାଏ । ଏହାସହ ଖାଦ୍ୟ ଭଲରେ ହଜମ ହୋଇଥାଏ । ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ ।

ଦହିରେ ଡ୍ରାଏ ଫ୍ରୁଟ୍ସ ମିଶାଇ ଖାଇବା ଦ୍ୱାରା ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଦହି ସହ କାଜୁ, ବାଦାମ, ଅଖରୋଟ ଆଦି ମିଶାଇ ଖାଆନ୍ତୁ । ଏହାଦ୍ୱାରା ଦହିର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଦୁର୍ବଳ ଲୋକେ ଏହାର ସେବନ କରିବା ଦ୍ୱାରା ଶକ୍ତି ମିଳିବା ସହ ଓଜନ ବୃଦ୍ଧି ହୋଇଥାଏ ।

ଦହି ସହ ଗୁଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ । ଏହାସହ ଦହି ଓ ଗୁଡ ଖାଇବା ଦ୍ୱାରା ହିମୋଗ୍ଲୋବିନ୍ ବୃଦ୍ଧି ହୋଇଥାଏ । ଫଳରେ ଶରୀରରେ ରକ୍ତ ଅଭାବ ସମସ୍ୟା ଦୂର ହୋଇଥାଏ । ଏନିମିଆ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଦହି ସହ ଗୁଡ ଖାଇବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ, କୋଷ୍ଠକାଠିନ୍ୟ, ଏସିଡିଟି ଆଦି ସମସ୍ୟା ଦୂର ହୋଇଥାଏ ।

କିସମିସରେ ପ୍ରୋଟିନ୍, ଆଇରନ, ଫାଇବର ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ଦହି ସହ କିସମିସ୍ ଏକତ୍ରିତ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର କରିଥାଏ । ନିୟମିତ ସକାଳେ ଖାଲି ପେଟରେ ଦହିର ସେବନ କରିବା ଦ୍ୱାରା ଦିନଯାକ ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିବା ସହ ଥକ୍କାପଣ ଦୂର ହୋଇଥାଏ ।

Get real time updates directly on you device, subscribe now.