fbpx
BSKY SKY
BSKY SKY

ବଣ ତୁଳସୀ ମଞ୍ଜିର ଫାଇଦା: ଓଜନ ହ୍ରାସ କରିବା ସହ ତ୍ୱଚା ଓ କେଶ ପାଇଁ ଲାଭଦାୟକ

BSKY

ପେତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ମହିଳାମାନେ ସୁନ୍ଦର ଦିଶିବା ସହ କେଶ ଘନ ଏବଂ ଲମ୍ବା କରିବାକୁ ଚହିଁଥାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ କିଏ ଜୋରସୋର ଜିମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ବିଷୟରେ କହିବୁ ଯେଉଁଥିରେ ଭରପୁର ପ୍ରୋଟିନ ରହିଛି ।

ଶରୀର ପାଇଁ ଏହା ଯେତିକି ଲାଭ ଦିଏ କେଶକୁ ବି ଘନ ଏବଂ ଲମ୍ବା କରିଥାଏ । ଚିଆ ସିଡ୍ ବା ଓଡ଼ିଆରେ କହିଲେ ବଣ ତୁଳସୀ ମଞ୍ଜି । ଏହାର ଉପକାର ଆମେ ଅଳ୍ୱ ବହୁତ ଜାଣିଛେ । ଏହି ଚିଆ ସିଡରେ ଓମେଗା-୩, ମ୍ୟାଗ୍ନେସିୟମ । ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହାର ଏହି ସବୁ ଗୁଣ ପାଇଁ ଏହାକୁ ସୁପର ଫୁଡ୍ ବୋଲି କୁହାଯାଏ । ଏହା ରାଶି ଭଳି ଦେଖାଯାଏ ।

କଳା ରଙ୍ଗର ଏହି ମଞ୍ଜିକୁ ପାଣିରେ ପକାଇଲେ ଏହା ଫୁଲିଯାଏ । ଏହି ପାଣିରେ ଲେମ୍ବୁ, କଳା ଲୁଣ ଏବଂ ମିଶ୍ରି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁ ହିତକର ହୋଇଥାଏ । ଏହାକୁ ସବୁଦିନ ପିଇଲେ ବହୁତ ଲାଭ ଦେଇଥାଏ ।

ଏହା ଆପଣଙ୍କ ଓଜନ ହ୍ରାସ କରେ, ତ୍ୱଚା ଏବଂ କେଶ ପାଇଁ ଏହା ଲାଭଦାୟକ, ମହିଳାଙ୍କ ପାଇଁ ଆବଶ୍ୟକ ପ୍ରୋଟିନର ଶୂନ୍ୟସ୍ଥାନ ପୂରଣ କରିଥାଏ, ଏହା ହାଡ଼ ମଜବୁତ କରିଥାଏ, ଏହା ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ତ୍ୱଚା ଶୁସ୍କ ହେବାକୁ ଦିଏନାହିଁ, ଏହା ତ୍ୱଚାରେ ଭାଙ୍ଗ ପଡ଼ିବାକୁ ଦେଇନଥାଏ । ଏହା ହାର୍ଟ ପାଇଁ ବି ଲାଭଦାୟକ ହୋଇଥାଏ, କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରେ ।

Get real time updates directly on you device, subscribe now.