fbpx
BJD SKY
BJD SKY

‘ଭୋଟ ଫ୍ରମ୍ ହୋମ’ କାର୍ଯ୍ୟକ୍ରମ ମାଧ୍ୟମରେ ଶତାୟୁ ଓ ଦିବ୍ୟାଙ୍ଗ ମତଦାତାଙ୍କୁ ସମ୍ବର୍ଦ୍ଧନା

BJD

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ‘ଭୋଟ ଫ୍ରମ ହୋମ’ କାର୍ଯ୍ୟକ୍ରମ ମଧ୍ୟମରେ ୮୫ ବୟସରୁ ଅଧିକ ବ୍ୟକ୍ତି ଓ ଦିବ୍ୟାଙ୍ଗ ମତଦାତା ମାନଙ୍କୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଇଲେକ୍ସନ କମିସନ ଅଫ ଇଣ୍ଡିଆଙ୍କ ତରଫରୁ ଏହି ବ୍ୟବସ୍ତା କରାଯାଇଥିବା ଥିବା ବେଳେ ଘରେ ବସି ନିଜ ମତ ଦାନ ବ୍ୟବସ୍ଥାକୁ ସାବ୍ୟସ୍ତ କରିପାରୁଛନ୍ତି । ଦିବ୍ୟାଙ୍ଗ ତଥା ଶାରୀରିକ ଅକ୍ଷମ ଓ ଶତାୟୁ ବ୍ୟକ୍ତି ମାନେ ପଷ୍ଟାଲ୍ ଭୋଟିଂ ମାଧ୍ୟମରେ ମତ ସାବ୍ୟସ୍ତ କରିପାରିବେ। ବୁଥକୁ ଯାଇ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡା ହେଇ ମତ ସବାସ୍ତ ପାଇଁ ଅପେକ୍ଷା କରିବେ ନାହିଁ ।

ଆଜି ୟୁନିଟ -୪ ସ୍ଥିତ ବୟସ୍କ ବ୍ରଜ ମୋହନ ଚକ୍ରବର୍ତ୍ତୀଙ୍କ ଘରେ ପହଚିଥିଲେ ଖୋର୍ଦ୍ଧା ଏଡିଏମ୍ ପ୍ରତାପ ଚନ୍ଦ୍ର ବେଉରା । ବ୍ରଜ ମୋହନ କୁ ସମ୍ବର୍ଦ୍ଧନା କରିବା ସହ ଜିଲ୍ଲାପାଳ ତରଫରୁ ଏକ ଧନ୍ୟବାଦ ପତ୍ର ପ୍ରଦାନ କରିଥିଲେ । ସେପଟେ ଇଲେକ୍ସନ କମିସନ ଅଫ ଇଣ୍ଡିଆ ଏଭାଲି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ବ୍ରଜ ମୋହନ । ପୁର୍ବରୁ ମତ ଦାନ ପାଇଁ ଭୋଟ କେନ୍ଦ୍ର ଯାଉଥିବା ବେଳେ ଅନେକ ସମସ୍ୟା ସାମ୍ନା କରୁଥିଲେ ବ୍ରଜ। ଶାରୀରିକ ଅସୁସ୍ଥତା ସହିତ ପରିଣତ ବୟସରେ ଘରେ ବସି ପୋଷ୍ଟାଲ ଭୋଟିଂ ବ୍ୟବସ୍ଥାରେ ନିଜର ମତ ସାବ୍ୟସ୍ତ କରିପାରିବେ ବୋଲି ଗଣମାଧ୍ୟମ ଆଗରେ ଖୁସି ବ୍ୟକ୍ତ କରିଛନ୍ତି।

Get real time updates directly on you device, subscribe now.