fbpx
BJD SKY
BJD SKY

Big Breaking: ଦିନ ୧୧ଟାରୁ ୩ ପର୍ଯ୍ୟନ୍ତ କାମ କରାଇଲେ ମିଳିବ ଦଣ୍ଡ

BJD

ଭୁବନେଶ୍ୱର: ପ୍ରବଳ ଖରାରେ କାମ କରାଇବାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ଏହି ପ୍ରବଳ ଖରା ସମୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଭିତରେ ଏବଂ ବାହାରେ କାମ କରାଇବାକୁ ମନା କରାଯାଇଛି ।

ସୂଚନା ଅନୁଯାୟୀ, ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରାଯାଏ ତେବେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ବର୍ତ୍ତମାନ ପୁଣି ପ୍ରବଳ ଖରା ଅନୁଭୁତ ହୋଇଛି । ଖରାରେ ଅଂଶୁଘାତ ଏବଂ ଅନେକ ରୋଗ ବିମାରକୁ ନେଇ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.