fbpx

ପାକିସ୍ତାନରେ ଭୀଷଣ ବର୍ଷାରେ ୩୯ ମୃତ, ସରକାର କଲେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଇସଲାମବାଦ:ପାକିସ୍ତାନର ବେଲୁଚିସ୍ତାନରେ ଲଗାତର ୩ ଦିନ ଧରି ଭୀଷଣ ବର୍ଷା ଜାରି ରହିଛି । ଫଳରେ ସହରର ବିଭିନ୍ନ ଗଳି ପୁରା ଜଳାର୍ଣ୍ଣବ ହୋଇଗଲାଣି । ଏପରିକି ବହୁ ସ୍ଥାନରେ ରାସ୍ତାଘାଟ ଭାସିଯାଇଛି । ପରିସ୍ଥିତି ଏପରି ହୋଇଛି କି ସରକାର ବେଲୁଚିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଭୀଷଣ ବର୍ଷାରେ ଦେଶରେ ବିଭିନ୍ନ ସ୍ଥାନରେ ପ୍ରାୟ ୩୯ଜଣଙ୍କର ମୃତ୍ୟୁ ହୋଇଛି । ରବିବାର କେବଳ ଖୈବର ପରତୁନରବା ସହରରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତିତ ପଞ୍ଜାବରେ ୪ ଓ ବେଲୁଚିସ୍ତାନରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ବେଲୁଚିସ୍ତାନର ମକରାନରେ ରବିବାର ଭୀଷଣ ବର୍ଷା ହେବା ସହିତ ବଜ୍ରପାତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ସେଠାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ପରିସ୍ଥିତି ଏପରି ହୋଇଛି କି ବେଲୁଚିସ୍ତାନ ରାଜଧାନୀ କ୍ୱେଟାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଏହି ବର୍ଷାରେ ପାକିସ୍ତାନ ରାଜଧାନୀ ଇସଲାମବାଦରେ ବି ପରିସ୍ଥିତି ବହୁତ ଖରାପ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ପରିସ୍ଥିତିକୁ ଦେଖି ଜରୁରୀକାଳୀନ ବୈଠକ ଡକାଇଛନ୍ତି । ସୁରକ୍ଷା ଓ ଉଦ୍ଧାରକାରୀ ଦଳଙ୍କୁ ତତ୍କାଳ ସହଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.