fbpx
BJD SKY
BJD SKY

ରାମନବମୀ ଦିନ ମନ୍ଦିରକୁ ଏହି ଜିନିଷ ସାଥିରେ ନେଇପାରିବେନି ଭକ୍ତ, ଦେଖନ୍ତୁ ଲିଷ୍ଟ

BJD

ଅଯୋଧ୍ୟା: ରାମନବମୀ ପାଇଁ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ଭକ୍ତ କିଛି ଜିନିଷ ନିଜ ସାଙ୍ଗରେ ନେଇକି ଯାଇପାରିବେ ନାହିଁ । ଶ୍ରୀ ରାମ ଜନ୍ମ ଭୂମୀ ତୀର୍ଥ କ୍ଷେତ୍ର ଏହି ସୂଚନା ଦେଇଛି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି ଯେ, ଦର୍ଶନ ସମୟରେ ଅସୁବିଧା ଏବଂ ସମୟ ନଷ୍ଟକୁ ରୋକିବା ଲାଗି ନିଜ ମୋବାଇଲ, ଜୋତା, ଚପଲ, ବଡ଼ ବ୍ୟାଗ ଏବଂ ପ୍ରତିବନ୍ଧିତ ସାମଗ୍ରୀ ଆଦି ବାହାରେ ରଖିକି ଆସିବେ ସେତେ ଅଧିକ ସୁବିଧା ହେବ ।

ସୋସିଆଲ ମିଡିଆ ସାଇଟ ଏକ୍ସରେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ରାମ ନବମୀ ପର୍ବରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରୀ ରାମନବମୀ ଦିନ ବ୍ରହ୍ମ ମୁହୁର୍ତ୍ତ ଭୋର ୩,୩୦ ମିନିଟରୁ ଧାଡ଼ି ବାନ୍ଧିବାର ବ୍ୟବସ୍ଥା କରାଯିବ ।

୧୬ ଏପ୍ରିଲରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବିଶେଷ ପାସ ବା ଦର୍ଶନ ଆରତୀ ଆଦିର ବୁକିଂକୁ ପୂର୍ବରୁ ରଦ୍ଧ କରାଯାଇଛି । କୁହାଯାଇଛି ଯେ, ସୁଗ୍ରୀବ କିଲା, ବିଣ୍ଡଲା ଧର୍ମଶାଳାର ସାମ୍ନା, ଶ୍ରୀ ରାମଜନ୍ମଭୂମି ପ୍ରବେଶ ଦ୍ୱାରରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦ୍ୱାରା ଯାତ୍ରୀ ସେବା କେନ୍ଦ୍ର ନିର୍ମାଣ କରାଯାଇଛି ଯେଉଁଥିରେ ଜନ ସୁବିଧାମାନ ଉପଲବ୍ଧ ରହିଛି ।

Get real time updates directly on you device, subscribe now.