fbpx

ସିଙ୍ଗାପୁରରେ ପଦ ଛାଡିବେ ପ୍ରଧାନମନ୍ତ୍ରୀ, କ’ଣ ରହିଛି କାରଣ ଓ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ ସୋମବାର କହିଛନ୍ତି କି ସେ ମେ’ ୧୫ ତାରିଖରେ ନିଜ ପଦ ଛାଡିବେ । ଏହାସହିତ ସେ ଘୋଷଣା କରିଛନ୍ତି କି ତାଙ୍କ ସ୍ଥାନ ଉପପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ନେବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବୟାନରେ ଦାୟିତ୍ୱ ହସ୍ତାନ୍ତର ତାରିଖ ବି ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ୱେବସାଇଟ୍ ପକ୍ଷରୁ ଜାରି ବୟାନରେ ୭୨ ବର୍ଷୀୟ ଲିଙ୍କ ତରଫରୁ କୁହାଯାଇଛି କି ନେତୃତ୍ୱ ପରିବର୍ତ୍ତନ କୌଣସି ବି ଦେଶ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ କ୍ଷଣ ହୋଇଥାଏ । ବୟାନରେ କୁହାଯାଇଛି କି, ମୁଁ ୧୫ ମେ’ ୨୦୨୪ରେ ପ୍ରଧାନମନ୍ତ୍ରୀ ରୂପରେ ନିଜ ଦାୟିତ୍ୱ ଛାଡିବାକୁ ଯାଉଛି ଓ ଉପପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ଆଗାମୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ଲି ୨୦୦୪ରୁ ସିଙ୍ଗାପୁରର ୩ୟ ପ୍ରଧାନମନ୍ତ୍ରୀ ଓ କ୍ଷମତାସୀନ ପିପୁଲ୍ସ ଆକ୍ସନ ପାର୍ଟିର ମହାସଚିବ ରୂପରେ କାମ କରି ଆସୁଛନ୍ତି । କୁହାଯାଉଛି ସିଙ୍ଗାପୁରରେ ଏହି ଦାୟିତ୍ୱ ହସ୍ତାନ୍ତରର କିଛି ମାସ ପରେ ନିର୍ବାଚନ କରାଯିବ ।

Get real time updates directly on you device, subscribe now.