fbpx

ଫେଙ୍ଗ୍‌ଶୁଇ Tips: ଘରେ ସୁଖ ଏବଂ ସୌଭାଗ୍ୟରେ ହୋଇଥାଏ ବୃଦ୍ଧି

ଚୀନ ବାସ୍ତୁଶାସ୍ତ୍ରରେ ‘ଫେଙ୍ଗ୍‌ଶୁଇ’ର ବହୁତ ମହତ୍ୱ ରହିଛି । ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଚୀନବାସୀଙ୍କ ମାନ୍ୟତା ଅନୁଯାୟୀ ଫେଙ୍ଗଶୁଇ ଉପାୟ ଆପଣାଇବା ଦ୍ୱାରା ଜୀବନରେ ଦେଖାଯାଉଥିବା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ । ଜୀବନରେ ସଫଳତା ମିଳିବା ସହ ପ୍ରଗତିର ନୂତନ ପଥ ଖୋଲିଥାଏ । ବାସ୍ତୁଶାସ୍ତ୍ର ପରି ଫେଙ୍ଗ୍‌ଶୁଇ ଉପାୟ ଗୁଡ଼ିକୁ ମଧ୍ୟ ଲୋକମାନେ ଆପଣାଇଥାନ୍ତି ତେବେ ଆସନ୍ତୁ ଜାଣିବା ଫେଙ୍ଗ୍‌ଶୁଇ ଦ୍ୱାରା କିପରି ଭାଗ୍ୟ ଉଦୟ ହୋଇପାରିବ :

୧. ଫେଙ୍ଗ୍‌ଶୁଇରେ ବାସ୍ତୁଦୋଷ ଦୂର କରିବା ପାଇଁ ବାଉଁଁଶ ଗଛର ବ୍ୟବହାର କରାଯାଇଥାଏ । ଫେଙ୍ଗ୍‌ଶୁଇ ବାସ୍ତୁ ଅନୁସାରେ ବାଉଁଶ ଗଛ ଧନ ସମ୍ପତ୍ତିକୁ ଆକର୍ଷିତ କରିଥାଏ । ଏହା ଜୀବନରେ ଆର୍ଥିକ ସଙ୍କଟ ଦୂର କରିବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ । ଏହି ବାଉଁଶ ଗଛକୁ କାର୍ଯ୍ୟାଳୟ କିମ୍ବା ବ୍ୟବସାୟୀକ ସ୍ଥାନରେ ବ୍ୟବହାର କରିପାରିବା । ତେବେ ବାଉଁଶ ଗଛକୁ ପୂର୍ବ କିମ୍ବା ଦକ୍ଷିଣ- ପୂର୍ବ ଦିଗରେ ରଖିବା ଶୁଭଫଳ ଦେଇଥାଏ ।
୨. ଘରର ଲିଭିଂ ରୁମର ଦକ୍ଷିଣ ପୂର୍ବ ଦିଗରେ ଫେଙ୍ଗ୍‌ଶୁଇ ବେଙ୍ଗ ରଖିବା ଉଚିତ । ବିଶେଷକରି ୩ ଗୋଡ଼ିଆ ଫେଙ୍ଗ୍‌ଶୁଇ ବେଙ୍ଗ ଘରର ମୁଖ୍ୟଦ୍ୱାର ପାଖରେ ରଖିବା ଶୁଭଫଳ ଦେଇଥାଏ । ବେଙ୍ଗକୁ ସବୁବେଳେ ଟିକେ ଉଚ୍ଚ ସ୍ଥାନରେ ରଖନ୍ତୁ । ଏହାକୁ ରୋଷେଇ ଘରେ, ବାଥରୁମ୍ ବା ନୀଚ ସ୍ଥାନରେ ରଖିବା ବର୍ଜନୀୟ । ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ଏବଂ ଘରର ସକାରାତ୍ମକ ଶକ୍ତି ବାହାରକୁ ଯାଇନଥାଏ । ବେଙ୍ଗକୁ ସୌଭାଗ୍ୟର ପ୍ରତିକ ଭାବେ ଜଣାଯାଏ । ଏହାକୁ ଘରେ ରଖିଲେ ଧନ ସମ୍ପତ୍ତିରେ ବୃଦ୍ଧି ହେବା ସହ କ୍ୟାରିୟରରେ ସଫଳତା ମିଳିଥାଏ ।

୩. ଘରେ ଲାଫିଙ୍ଗ୍ ବୁଦ୍ଧର ମୂର୍ତ୍ତି ରଖିଲେ ବା ଫଟୋ ଲଗାଇବା ଶୁଭଫଳ ଦେଇଥାଏ । ଘରର ପ୍ରବେଶ ଦ୍ୱାର ସାମ୍ନାରେ ରଖିବା ଉଚିତ । ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ଲାଫିଙ୍ଗ୍ ବୁଦ୍ଧର ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିରେ ଭରିଥାଏ । ପିଲାମାନଙ୍କ ପଢ଼ା ଘରେ ଲାଫିଙ୍ଗ୍ ବୁଦ୍ଧ ରଖିଲେ ଏକାଗ୍ରତା ବୃଦ୍ଧି ହୋଇଥାଏ ।

୪. ଚାକିରି କିମ୍ବା ବ୍ୟବସାୟରେ ସଫଳତା ମିଳୁନଥିଲେ ଘରେ ସୁନ୍ଦର ପବନ ଘଣ୍ଟିକା(ୱିଣ୍ଡ୍ ଚାଇମ୍‌) ଲଗାନ୍ତୁ । ଘରର ପଶ୍ଚିମ ବା ଉତ୍ତର ଦିଗରେ ଲଗାଇବା ଉଚିତ । ଆପଣ କାଠର ପବନ ଘଣ୍ଟିକା ବ୍ୟବହାର କରୁଥିଲେ ପୂର୍ବ ବା ଦକ୍ଷିଣ ଦିଗରେ ଲାଗାଇପାରନ୍ତି । ମୁଖ୍ୟ ଦ୍ୱାର, ଝରକା ପାଖରେ ବା ବାଲକୋନୀରେ ପବନ ଘଣ୍ଟିକା ଲଗାଇବା ଉଚିତ । ଏହା ଦ୍ୱାରା ଚାକିରି ଏବଂ ବ୍ୟବସାୟରେ ପ୍ରଗତିର ପଥ ଖୋଲିଥାଏ ।

୫. ବ୍ୟବସାୟରେ ଦେବାଳିଆ ସ୍ଥିତି ଠାରୁ ଦୂରେଇ ରହିବା ପାଇଁ ଦୁଇ ହାତ ଉପରକୁ ଉଠା ହୋଇଥିବା ଲାଫିଙ୍ଗ୍ ବୁଦ୍ଧ କାର୍ଯ୍ୟାଳୟରେ ରଖନ୍ତୁ । ଏହି ମୁଦ୍ରା ଧନ ଏବଂ ସୌଭାଗ୍ୟର ପ୍ରତୀକ । ପୂର୍ବ ଦିଗରେ ଲାଫିଙ୍ଗ୍ ବୁଦ୍ଧ ରଖିବା ଶୁଭ ଫଳ ଦେବା ସହ ବ୍ୟାପାରରେ ବୃଦ୍ଧି କରାଇଥାଏ ।

Get real time updates directly on you device, subscribe now.