fbpx

ଭଦ୍ରକର ଫେରିଘାଟ ସମ୍ପୂର୍ଣ୍ଣ ସଟ୍-ଡାଉନ୍

ଭଦ୍ରକ,୨୬ ।୪(ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟର ୩ଟି ଜିଲ୍ଲା ଯଥା-ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍-ଡାଉନ୍ ଆଜି ହଟାଯାଇଛି । କିନ୍ତୁ ଏହାରି ମଧ୍ୟରେ ଭଦ୍ରକରେ ଥିବା ଫେରିଘାଟକୁ ସମ୍ପୂର୍ଣ୍ଣ ସଟ୍-ଡାଉନ୍ କରାଯାଇଛି । ଲକ୍-ଡାଉନ୍ ଚାଲିଥିବା ଯାଏଁ ସେଠାରେ ସଟ୍-ଡାଉନ୍ ରହିବ । ଡଙ୍ଗା ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.