fbpx

ବସରେ ସୁରକ୍ଷିତ ଭାବେ ଫେରିବେ ପ୍ରବାସୀ ଓଡିଆ ଶ୍ରମିକ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର) : ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିସାରିଛନ୍ତି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଥିଲେ । ଆଲୋଚନାରେ ଗୁଜୁରାଟରେ ଥିବା ଓଡିଆ ଶ୍ରମିକଙ୍କୁ ନିରାପଦରେ ଫେରାଇ ଅଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ସମନ୍ୱୟ କମିଟି ଗଠନ ହେବ । ଦୁଇ ରାଜ୍ୟରୁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି କମିଟି ଗଠନ କରାଯିବ । ବସ୍ ଯୋଗେ ସମସ୍ତ ଶ୍ରମିକଙ୍କୁ ଫେରାଇ ଅଣାଯିବ । ଓଡିଶା ଫେରିବା ପରେ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ । ଶ୍ରମିକଙ୍କୁ ନେଇ ଆସୁଥିବା ବସର ରୋଡ୍ ଟ୍ୟାକ୍ସ ଛାଡ ପାଇଁ ନିଷ୍ପତ୍ତି ନିଆଯାଇଛି । ରୋଡ୍ ଟ୍ୟାକ୍ସ ଛାଡ ନେଇ ୪ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କୁ ଏନେଇ ଅନୁରୋଧ କରାଯିବ । ଏନେଇ ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.