fbpx

ଆଜି ରଙ୍ଗର ପର୍ବ ହୋଲି

ନୂଆଦିଲ୍ଲୀ, 29/3: ଆଜି ହେଉଛି ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲି ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆନନ୍ଦର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଶକ୍ତି ସଞ୍ଚାର କରୁ ବୋଲି ମୋଦୀ କହିଛନ୍ତି ।

ସେହିପରି ରଙ୍ଗ ଓ ଉଲ୍ଲାସର ପର୍ବ ହୋଲିର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୋଲି ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ କରୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଓଡ଼ିଶା ପୋଲିସ ତରଫରୁ ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି DGP ଅଭୟ । ଏହି ଦିନଟି ଆପଣଙ୍କ ପାଇଁ ସୁଖ, ଶାନ୍ତି ଓ ଆନନ୍ଦମୟ ହେଉ ବୋଲି DGP କହିଛନ୍ତି ।

ତେବେ କରୋନା କଟକଣା ଯୋଗୁ ଏଥର ହୋଲି ଉତ୍ସବ ଫିକା ପଡିଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅର୍ଥାତ ପରିବାର ଭିତରେ ରୁହନ୍ତୁ ଓ ଆଉ ନିରାପଦ ସହ ହୋଲି ପାଳନ କରନ୍ତୁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.