fbpx

ଶରତ ଥାନା OIC ନିଲମ୍ବିତ

ମୟୂରଭଞ୍ଜ, ୨୯ । ୩(ଓଡିଶା ଭାସ୍କର) : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ମୟୂରଭଞ୍ଜ ଶରତ ଥାନା ଅଧିକାରୀ ରୀନା ବକ୍ସଲା ନିଲମ୍ବିତ ହୋଇଛନ୍ତି । OIC ରୀନାଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ SP ।

ଘଟଣା ମୁତାବକ, ଗତକାଲି ବିନା ହେଲମେଟ‌ରେ ଜଣେ ମହିଳା ସ୍ବାମୀଙ୍କ ସହ ଯାଉଥିଲେ । ଚାଲାଣ କାଟିବାରୁ ଅନଲାଇନରେ ଟଙ୍କା ଦେବାକୁ କହିଥିଲେ ସ୍ବାମୀ । କିନ୍ତୁ ମହିଳାଙ୍କୁ ରାସ୍ତାରେ ଛାଡ଼ି ସ୍ବାମୀଙ୍କୁ ଥାନାକୁ ନେଇଯାଇଥିଲେ OIC । ମହିଳା ୩ କିଲୋମିଟର ଚାଲିଚାଲି ଥାନାକୁ ଯାଇଥିଲେ । ଘଟଣାକୁ ନେଇ ସ୍ବାମୀ ସ୍ତ୍ରୀ SDPOଙ୍କ ନିକଟରେ ଅଭିଯୋଗ କରିଥିଲେ। ଗର୍ଭବତୀ ମହିଳାଙ୍କୁ ଏତେ ବାଟ ଚଲାଇବାରୁ OICଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଏସପି ।

Get real time updates directly on you device, subscribe now.