fbpx

ଫେଷ୍ଟିଭ୍ ସିଜିନ୍ ସେଲ; ଭାରତରେ ଲଞ୍ଚ୍ ହେଲା Dreame X40 Ultra ରୋବଟ୍ ଭେକ୍ୟୁମ୍‌, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଗ୍ଲୋବାଲ ବ୍ରାଣ୍ଡ ଡ୍ରୀମ୍‌(Dreame) ଭାରତୀୟ ବଜାରରେ ଏହାର ନୂତନ ଡିଭାଇସ୍ ଲଞ୍ଚ୍ କରିଛି । ଡ୍ରୀମ୍ ଟେକ୍ନୋଲୋଜୀ ଏହାର ଲେଟେଷ୍ଟ ପ୍ରଡକ୍ଟ Dreame X40 Ultra ଲଞ୍ଚ୍ କରିଛି । ଏହା ହେଉଛି ଏକ ରୋବଟ୍ ଚାଳିତ ଭେକ୍ୟୁମ କ୍ଲିନର । ପ୍ରିମିୟମ ୟୁଜର୍ସଙ୍କୁ ଟାର୍ଗେଟ କରି କମ୍ପାନୀ ଏହି ଡିଭାଇସ୍ ଲଞ୍ଚ୍ କରିଛି । ଏହା ପୂର୍ବରୁ କମ୍ପାନୀ ପର୍ସନାଲ ଗ୍ରୁମିଂ ଏବଂ ଷ୍ଟାଇଲିଂ ପ୍ରଡକ୍ଟସ ଲଞ୍ଚ୍ କରିଥିଲା ।

Dreame X40 Ultra ରୋବଟ୍ ଭେକ୍ୟୁମ୍ ଅପହଞ୍ଚ କିମ୍ବା କଷ୍ଟଦାୟକ ସ୍ଥାନ ଗୁଡ଼ିକୁ ସହଜରେ ସଫା କରିପାରିବ । ଏହା କାନ୍ଥ କୋଣ ଏବଂ ସୋଫା ସନ୍ଧି ସଫା କରିବାରେ ସହାୟକ ହୋଇଥାଏ ଯାହା ଅନ୍ୟ ରୋବଟ୍ ଭେକ୍ୟୁମ ପହଂଚିବା କଷ୍ଟକର । ଏହି ଡିଭାଇସରେ Mop Extend RoboSwing ଭଳି ଫିଚର ରହିଛି ଯାହାର ନାଁ ସାଇଡ୍ ରିଚ୍ ଟେକ୍ନୋଲୋଜୀ ।

Dreame X40 Ultra ରୋବଟ୍ ଭେକ୍ୟୁମରେ କ’ଣ ରହିଛି ଫିଚର ?

ଏହି ରୋବୋଟ୍ ଭେକ୍ୟୁମରେ ଏକ ମପ୍ ରହିଛି ଯାହା ୪ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବା ହେବା ସହ କୋଣ ଗୁଡ଼ିକର ସହଜରେ ସଫା କରିପାରିବ । ଏହା ସହ ଏକ RGB କ୍ୟାମେରା ଏବଂ 3D ଷ୍ଟ୍ରକ୍‌ଚର ଲାଇଟ୍ ଟେକ୍ନୋଲୋଜୀ ରହିଛି ଯାହା ଚଟାଣରେ ଥିବା ଜିନିଷକୁ ଡିଟେକ୍ଟ କରିବାରେ ସହାୟକ ହୋଇଥାଏ । ଏଥିରେ ଅନେକ ପ୍ରକାର ମୋଡ୍ ରହିଛି ଯାହା ଆପଣଙ୍କ ବ୍ୟବହାର ଅନୁଯାୟୀ ସେଟ୍ କରିପାରିବେ ।

Dreame X40 Ultra ରୋବଟ୍ ଭେକ୍ୟୁମ ଫେଷ୍ଟିଭ୍ ରିଆତି

କମ୍ପାନୀ ଏହାକୁ ୧, ୨୯, ୯୦୦ ଟଙ୍କା ମୂଲ୍ୟରେ ଲଞ୍ଚ୍ କରିଥିଲା । ତେବେ ଫେଷ୍ଟିଭ୍ ସିଜିନ୍ ପାଇଁ ଏହାର ମୂଲ୍ୟ ୯୯, ୯୯୯ ଟଙ୍କା ରହିଛି । ଏହି ପ୍ରୋଡକ୍ଟ ଉପରେ ଗୋଟିଏ ବର୍ଷର ୱାରେଣ୍ଟି ରହିଛି । ଆମାଜନରେ ୨୬ ସେପ୍ଟେମ୍ବରରୁ ଏହା ସେଲ୍ ପାଇଁ ଉପଲବ୍ଧ ହେବ । ନନ୍ ପ୍ରାଇମ୍ ମେମ୍ବରର୍ସଙ୍କୁ ସେପ୍ଟେମ୍ବର ୨୭ରୁ ଏହି ସେଲର ସୁବିଧା ଉଠାଇପାରିବେ । ଏହା ବ୍ୟତୀତ Dreame X40 Ultra ରୋବଟ୍ ଭେକ୍ୟୁମକୁ କମ୍ପାନୀର ଅଫିସିଆଲ ୱେବସାଇଟରୁ ମଧ୍ୟ କ୍ରୟ କରିପାରିବେ ।

Get real time updates directly on you device, subscribe now.