fbpx

ବଢିଲା ରୁଷର ଅଡୁଆ, ଫୁଟବଲ୍ ବିଶ୍ଵ କପରୁ ବାହାର କରିପାରେ FIFA

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ପୂରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ଦୁନିଆରେ ଏହି ଶକ୍ତିଶାଳୀ ଦେଶକୁ ସମାଲୋଚନା କରୁଛନ୍ତି। ଏହି ଲଢେଇରେ କ୍ରୀଡା ଜଗତ ଉପରେ ମଧ୍ୟ ପ୍ରଭାବ ପଡିଛି। ପୋଲାଣ୍ଡ, ସ୍ଵିଡେନ ପରି ଦେଶ ରୁଷ ବିରୋଧରେ ଫୁଟବଲ୍ ମ୍ୟାଚ୍ ଖେଳିବାକୁ ମନା କରି ଦେଇଛନ୍ତି।

ଏହି କ୍ରମରେ ଫିଫା ରୁଷ ଫୁଟବଲ୍ ଦଳକୁ ବିଶ୍ଵ କପ୍ରୁ ନିଲମ୍ବିତ କରିପାରେ। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ରୁଷକୁ ଫିଫାରୁ ବାହାର କରିବା ପାଇଁ ବିଚାର ବିମର୍ଶ ଜାରି ରହିଛି। ଫିଫା ରବିବାର ଘୋଷଣା କରିଛି ଯେ, ରୁଷ ଦଳକୁ ରୁଷର ଫୁଟବଲ୍ ସଂଘ ନାମରେ ଖେଳିବାକୁ ଅନୁମତି ଦିଆଯିବ। ମାତ୍ର ନିରପେକ୍ଷ ସ୍ଥଳରେ ରୁଦ୍ଧଦ୍ଵାର ପଛରେ ନିଜର ଘରୋଇ ମୁକାବିଲା ଖେଳିବ। ଏଥିସହ ଫିଫା ରୁଷ ପତାକା ଏବଂ ଜାତୀୟ ସଙ୍ଗୀତ ଉପରେ କଟକଣା ଲଗାଇଛି।

ରୁଷ ଦଳ ମାର୍ଚ୍ଚ ୨୪ରେ ବିଶ୍ଵ କପ କ୍ଵାଲିଫାଇ ପ୍ଲେ ଅଫ ସେମି ଫାଇନାଲରେ ପୋଲାଣ୍ଡକୁ ଭେଟିବ। ଉକ୍ତ ମ୍ୟାଚ୍ର ବିଜେତା ଚଳିତ ବର୍ଷ ଶେଷ ଆଡକୁ କାତାରରେ ହେବାକୁ ଥିବା ବିଶ୍ଵ କପରେ ଯୋଗ୍ୟତା ଅର୍ଜନ ପାଇଁ ମାର୍ଚ୍ଚ ୨୬ରେ ସ୍ଵିଡେନ କିମ୍ବା ଚେକ୍ ଗଣରାଜ୍ୟ ସହ ମୁକାବିଲା କରିବ। ଫିଫା ବିଶ୍ଵ କପ୍ ଚଳିତ ବର୍ଷ ନଭେମ୍ବର ୨୧ରୁ ଡିସେମ୍ବର ପର୍ଯ୍ୟନ୍ତ କାତାରରେ ଖେଳାଯିବ।

Get real time updates directly on you device, subscribe now.