fbpx

ଶାଳି-ଭିଣୋଇ ସମ୍ପର୍କରେ ଦାଗ: ୩ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ ପରେ ସାର୍ବଜନୀନ କଲା ପୀଡିତାଙ୍କ ପ୍ରାଇଭେଟ ଫଟୋ

ନୂଆଦିଲ୍ଲୀ: ପୁଣି ସମ୍ପର୍କରେ ଲାଗିଛି କଳା ଦାଗ । ବାଡମେରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଏକ ଜ୍ୱଳନ୍ତ ଉଦାହରଣ । ଶାଳିଙ୍କୁ ୩ ବର୍ଷ ଧରି ଦୁଷ୍କର୍ମ କରାଯିବାର ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଅଶ୍ଳୀଳ ଫଟୋକୁ ସୋଶିଆଳ ମିଡିଆରେ ଭାଇରାଲ କରିବା ଭଳି ଘଟରା ସାମନାକୁ ଆସିଛି । ଖବର ପାଇ ଅଭିଯୁକ୍ତକୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ଅଭିଯୋଗ ଅନୁସାରେ ଯୁବତୀଙ୍କର କିଛି ଅଶ୍ଳୀଳ ଫଟୋ ରଖି ଶାଳିଙ୍କୁ ବ୍ଲାକମେଲ କରିବା ସହ ୩ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରି ଚାଲିଥିଲା ଭିଣୋଇ ଓମପ୍ରକାଶ । ଏହା ପରେ ପୀଡିତାଙ୍କ ସମସ୍ତ ଫଟୋ ଏବଂ ଭିଡିଓ ସୋଶିଆଳ ମିହିଆରେ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଯୁବତୀ । କେବଳ ସେତିକି ନୁହେଁ , ଘଟରା ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଉଥିଲା ପୀଡିତାଙ୍କ ଭିଣୋଇ । ଏମିତି ବ୍ଲାକମେଲ ୩ ବର୍ଷ କରିଥିବା ବେଳେ ଗତ ଜାନୁୟାରୀ ୪ ତାରିଖରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବତୀ । ତେବେ ଅଭିଯୋଗ ପରେ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ସେଠାରେ ମାନ୍ୟବର କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି ମହିଳା ଥାନା ସବ-ଇନ୍ସପେକ୍ଟର କିଶାନାରାମ ।

Get real time updates directly on you device, subscribe now.