fbpx

AIFFକୁ ନିଲମ୍ବନ କଲା ଫିଫା:ଭାରତରେ ହେବନାହିଁ ମହିଳା ବିଶ୍ୱକପ!

ନୂଆଦିଲ୍ଲୀ: ବିଶ୍ବ ଫୁଲବଲର ଶୀର୍ଷ ସଂଗଠନ ବା ଗଭର୍ଣ୍ଣିଂ ବଡି ଫିଫା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଆଇଏଫଏଫ)କୁ ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ହେତୁ ସଦସ୍ୟ ପଦରୁ ନିଲମ୍ବନ କରିଛି। ଗଣତାନ୍ତ୍ରିକ ପଦ୍ଧତିରେ ଏଆଇଏଫଏଫର ବିଭିନ୍ନ ପଦ ଲାଗି ନିର୍ବାଚନ ନହେଲା ଯାଏଁ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଫିଫା କହିଛି। ଫଳରେ ୧୭ବର୍ଷରୁ କମ ବୟସ୍କ ମହିଳା ବିଶ୍ବକପ ଭାରତରେ ହେବାକୁ ଥିବା ବେଳେ ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏଆଇଏଫଏଫ ମୁଖ୍ୟ ପ୍ରଫୁଲ୍ଲ ପଟେଲଙ୍କ କାର୍ୟ୍ୟକାଳ ସରିଯାଇଥିଲେ ହେଁ ସେ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଛନ୍ତି, ଯାହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ଏହାପରେ ସୁପ୍ରିମ କୋର୍ଟ ତାଙ୍କ ବିରୋଧରେ ରାୟ ଦେବା ସହିତ ଏକ ପ୍ରଶାସନିକ କମିଟି ନିଯୁକ୍ତ କରି ଏଆଇଏଫଏଫ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଆଇଏଫଏଫର ବିଭିନ୍ନ ନିଷ୍ପତ୍ତିରେ ପଟେଲଙ୍କ ସଂପୃକ୍ତି ଫିଫା ନିୟମକୁ ଉଲ୍ଲଂଘନ କରିଛି। ଫଳରେ ଫିଫା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନାମୁତାବକ ଏଆଇଏଫଏଫ ( AIFF) କାର୍ଯ୍ୟନିର୍ବାହୀ କମିଟିର କ୍ଷମତା ବାତିଲ କରିବାକୁ ପ୍ରଶାସକଙ୍କ ଏକ କମିଟି ଗଠନ କରିଥିଲା । ଏଆଇଏଫଏଫ ସବୁ କାମରେ ହସ୍ତକ୍ଷେପ କରୁଥିବାର ତାଙ୍କୁ ବର୍ତ୍ତମାନ ନିଲମ୍ବନ କରିବାକୁ ନିଷ୍ପତି ନିଆଯାଇଛି। ବିଶ୍ୱ ସ୍ତରୀୟ ଫୁଟବଲ କୁ ନିୟନ୍ତ୍ରଣ କରୁଥିବା ଗଭର୍ଣ୍ଣିଂ ବଡି ଏଠି ନିଷ୍ପତି ନେଇଛନ୍ତି । ତେବେ ଏହାର ଫଳ ସ୍ୱରୂପ ଆସନ୍ତା ଅକ୍ଟୋବର ୧୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଅଣ୍ଡର ୧୭ମହିଳା ବିଶ୍ୱକପ ୨୦୨୨ଭାରତରେ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ଆଶା କରାଯାଉଛି ।

ଭାରତରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ସହିତ ଫିଫା ନିରନ୍ତର ଗଠନମୂଳକ ଯୋଗାଯୋଗରେ ଅଛି ଏବଂ ଆଶା କରୁଛି ଯେ ଏହି ମାମଲାରେ ଏକ ସକାରାତ୍ମକ ଫଳାଫଳ ମଧ୍ୟ ମିଳିପାରେ।
ସୂଚନା ଥାଉକି ଅଣ୍ଡର ୧୭ମହିଳା ବିଶ୍ୱକପ ଓଡ଼ିଶାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ରେ ହେବାର ଆୟୋଜନ ଥିଲା ।

Get real time updates directly on you device, subscribe now.